Pratidin TV

Odisha's Digital News Platform

ସ୍ୱାମୀଙ୍କ ପାଇଁ ଭଲପାଇବା ବର୍ଷା କଲେ ରୋହିତଙ୍କ ପତ୍ନୀ ରିତିକା…

1 min read

ବିଶ୍ୱକପ୍ ପରାଜୟକୁ ପାଖାପାଖି ହୋଇଯାଇଛି ଏକ ସପ୍ତାହ । ହେଲେ ଏଯାବତ ମଧ୍ୟ ପରାଜୟର ଦୁଃଖ ଲୋକଙ୍କ ମନରୁ ଲିଭିନାହିଁ । ଉଭୟ କ୍ରିକେଟର ଓ ଦର୍ଶକ ସମସ୍ତେ ସ୍ତବ୍ଧ ପାଲଟି ଯାଇଥିଲେ । ଏପରିକି କିଛି ଲୋକ ମଧ୍ୟ ଜୀବନ ହାରିବା ଖବର ସାମ୍ବାକୁ ଆସିଥିଲା । ହେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଓ ବିରାଟ ମାନସିକ ଅବସ୍ଥା ଦର୍ଶକଙ୍କୁ ବହୁତ ବିଚଳିତ କରିଥିଲା । କିନ୍ତୁ ଏହାରି ଭିତରେ ସ୍ୱାମୀଙ୍କ ପାଇଁ ଭଲପାଇବା ବର୍ଷା କରିଛନ୍ତି ରୋହିତଙ୍କ ପତ୍ନୀ ରିତିକା । ସେ ରୋହିତ ଆଉ ତାଙ୍କର ଏକ ଫଟୋ ସେୟାର କରି ‘ମାଇଁ ବୟ’ ବୋଲି ଲେଖିଛନ୍ତି । ସାଥୀରେ ହାର୍ଟ ଇମୋଜି ବି ଦେଇଛନ୍ତି । କାରଣ ବିଶ୍ୱକପ୍‌ର ପରାଜିତ ହେବା ପରେ ରୋହିତ ଏବେ ଖେଳରୁ ବିରତି ନେଇ ନିଜ ପରିବାର ସହ ସମୟ ବିତାଉଛନ୍ତି । ଆପଣ ଜାଣନ୍ତି ଯେ ସେପ୍େଟମ୍ବର ମାସରେ ରୋହିତ ଭାରତକୁ ଅଷ୍ଟମ ଥର ଏସିଆ କପ୍ ଜିତାଇଛନ୍ତି । ଏହା ସହ ସେ ଟିମ୍‌କୁ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ବି ସଫଳ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *