Pratidin TV

Odisha's Digital News Platform

ଟସ ଜିତି ବୋଲିଂ କଲା ଭାରତ ; ଆରମ୍ଭରୁ ଅଷ୍ଟ୍ରେଲିଆର ହରାଇଲାଣି ୨ୱିକେଟ୍‌

1 min read

ମୋହାଲି : ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ଅଷ୍ଟ୍ରଲିଆର ହେବ ଶେଷ ପରୀକ୍ଷା । ଆଜି ପଞ୍ଜାବର ମୋହାଲି କ୍ରିକେଟ ମୈଦାନରେ ମୁହାଁ ମୁହାଁ ହେଉଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଆରମ୍ଭ ହୋଇ ଯାଇଛି ମ୍ୟାଚ ।ତେବେ ଆରମ୍ଭ ରୁ ୨ଟି ୱିକେଟ ହରାଇ ସାରିଲାଣି କଙ୍ଗାରୁ ଟିମ । ଟସ୍ ଜିତି ବୋଲିଂ କରିବାକୁ ନିଷ୍ପିତ୍ତି ନେଇଥିଲା ଭାରତ । ଏହି ପ୍ରଥମ ମ୍ୟାଚର ଦାୟିତ୍ୱ କେଏଲ ରାହୁଲ ତୁଲାଉଥିବା ବେଳେ ଉପଅଧିନାୟକର ଦାୟିତ୍ୱ ତୁଲାଉଛନ୍ତି ଜାଡେଜା । ଭାରତୀୟ ଦଳରେ ପ୍ରଥମ ଦିନିକିଆ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିଛି । ତେବେ ଅଷ୍ଟ୍ରେଲିଆ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିବା ବେଳେ ପ୍ରଥମ ଓଭରର ୪ ବଲରେ ମିଚେଲ ମାର୍ଶଙ୍କ ୱିକେଟ ନେଇଥିଲେ ମହମ୍ମଦ ଶାମି । ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ ୫ଟି ପରିବର୍ତ୍ତନ କରାଯାଇଛି । ଋତୁରାଜ,ଶ୍ରେୟସ,ସୂର୍ଯ୍ୟକୁମାର, ରବିଚନ୍ଦନଓ ମହମ୍ମଦ ଶାମି ଦଳକୁ ଫେରିଛନ୍ତି ।ବିଶ୍ୱକପ୍ ପୂର୍ବରୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରି ମନୋବଳ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଫଳରେ ୩ମ୍ୟାଚ୍ ବିଶିଷ୍ଟ ଏହି ସିରିଜ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଏସିଆ କପ୍ ସଫଳତା ପରେ ଭାରତ ମଧ୍ୟ ଷ୍ଟାର ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇଛି ।

୪ ବର୍ଷ ପରେ ମୋହାଲି ଗ୍ରାଉଣ୍ଡ୍‌ରେ କୌଣସି ଦିନିକିଆ ଖେଳାଯାଉଛି । ଶୁକ୍ରବାର ମ୍ୟାଚ୍ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ରେ ଘାସ ରହିଛି । ସ୍ଥାନୀୟ ଜଳବାୟୁ ଶୁଷ୍କ ଥିବାରୁ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ହେବ । ଗତ ଆଇପିଏଲ୍ ସମୟରେ ମୋହାଲିରେ ଅନୁଷ୍ଠିତ ଅଧିକାଂଶ ମ୍ୟାଚ୍‌ରେ ବଡ଼ ସ୍କୋର ସଂଗୃହୀତ ହୋଇଥିଲା । ୨୦୧୯ରେ ଭାରତ ଓ ଅଷ୍ଟ୍ରେଲିଆ ଏହି ଗ୍ରାଉଣ୍ଡ୍‌ରେ ଏକ ଦିନିକିଆ ଖେଳିଥିଲେ । ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚ୍ ଜିତିଥିଲା ।

Advertisement

Leave a Reply

Your email address will not be published. Required fields are marked *