Pratidin TV

Odisha's Digital News Platform

ହାରିବାକୁ ପ୍ରସ୍ତୁତ ଥିଲେ , ହେଲେ ହଠାତ୍ ବାଜି ପଲଟାଇଦେଲେ ଭାରତୀୟ ଦଳ ।

1 min read

ଗେମ୍ ଚେଞ୍ଜର ସାଜିଲା ଟିମ୍ ଇଣ୍ଡିଆ । ଚମତ୍କାର ଶୈଳୀରେ ବଦଳାଇଦେଲା ପୁରା ମ୍ୟାଚ୍ । ଯେତେବେଳେ କି ଟିମ୍ ଇଣ୍ଡିଆ ବାଂଲାଦେଶକୁ ୨୩୩ ରନରେ ଅଲଆଉଟ କରିବା ପରେ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଏହି ଇନିଂସରେ ଦଳ ୧୦୦ ରନରେ ଅଲଆଉଟ ହେବାକୁ ପ୍ରସ୍ତୁତ ଥିଲା। କିନ୍ତୁ ଦ୍ରୁତ ଗତିରେ ହିଁ ରନ ସଂଗ୍ରହ କରିବାକୁ ଦଳ ପଣ କରିଥିଲା ଆଉ ଖେଳାଳି ମାନେ ନିଜ ଜିଦ୍‌କୁ ଓହ୍ଲାଇ ଭାରତକୁ ଏକ ଅବିଶ୍ୱସନୀୟ ଜିତ୍ ଦେଇଛନ୍ତି । ଯାହାକି ବାଲଂଦେଶକୁ ନୁହଁ ବରଂ ପୁରା ବିଶ୍ୱକୁ ଚକିତ କରିଦେଇଛି ।

ଆଜି ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟର ୪ର୍ଥ ଦିନରେ ଭାରତୀୟ ଟିମ ଯେଉଁଭଳି ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିଥିଲା, ତା’କୁ ଦେଖି ସମସ୍ତେ ଚକିତ। ୪ର୍ଥ ଦିନରେ ବାଂଲାଦେଶକୁ ୨୩୩ ରନରେ ରୋକିବା ପରେ ଭାରତ ୩୪.୪ ଓଭର ବ୍ୟାଟିଂ କରି ୨୮୫/୯ ରନ କରିଥିଲା। ୫୨ ରନର ଲିଡ ହାସଲ କରିବା ପରେ ଦଳ ପାଳି ମଧ୍ୟ ଘୋଷଣା କରିଥିଲା। ୮.୨୨ ହାରରେ ଦଳ ରନ ସଂଗ୍ରହ କରିବା ସହ ଟେଷ୍ଟ କ୍ରିକେଟରେ ଦ୍ରୁତ ୫୦,୧୦୦,୧୫୦, ୨୦୦ ଓ ୨୫୦ ରନ କରିବାର ରେକର୍ଡ କରିଥିଲା।

କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତକୁ ବିଜୟ ପାଇଁ ୯୫ ରନ୍ ଆବଶ୍ୟକ ଥିବାବେଳେ ତିନି ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଛି ରୋହିତ ବାହିନୀ ଯଶସ୍ୱୀ ଜୈସ୍ୱାଲ ଅର୍ଦ୍ଧଶତକୀୟ ପାଳି ଖେଳି ଥିବାବେଳେ ବିରାଟ କୋହଲି ଅପରାଜିତ ରହି ୨୯ ରନ୍ ସଂଗ୍ରହ କରିଥିଲେ। ବାଂଲାଦେଶ ଦୁଇଟି ଇନିଂସରେ ୨୩୩ ଏବଂ ୧୪୬ ରନ୍ କରି ଥିବାବେଳେ ଭାରତ ପ୍ରଥମ ଇନିଂସରେ ୨୮୫ ଏବଂ ଦ୍ୱିତୀୟ ଇନିଂସରେ ଟାର୍ଗେଟ ପୂରା କରି ମ୍ୟାଚ୍ ସହ ସିରିଜ୍ ଜିତି ନେଇଛି।

ଅନ୍ୟପଟେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ ସୁଇପ କରିବା ପରେ ଭାରତୀୟ ଟିମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC ) ଫାଇନାଲ ଖେଳିବା ଦିଗରେ ଆଉ ପାଦେ ଆଗେଇଛି। ଭାରତ କ୍ରମାଗତ ତୃତୀୟ ଥର ପାଇଁ WTC ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି। ୨-୦ରେ ସିରିଜ ଜିତିବା ପରେ WTC ପଏଣ୍ଟ ଟେବୁଲରେ ଭାରତ ୧ନଂରେ ନିଜର ସ୍ଥାନକୁ ଆହୁରି ସୁଦୃଢ଼ କରିପାରିଛି।

Leave a Reply

Your email address will not be published. Required fields are marked *