Pratidin TV

Odisha's Digital News Platform

ଲୋକସଭା ନିର୍ବାଚନ ଲଢିବେନି ନବୋଜତ ସିଂ ସିଦ୍ଧୁ ..

1 min read

ଏଥର ଲୋକସଭା ନିର୍ବାଚନ ଲଢିବେନି କଂଗ୍ରେସର ପୂର୍ବତନ ସଭାପତି ତଥା ଭାରତୀୟ କ୍ରିକେଟ ଟିମ୍ ରେ ଖେଳିଥିବା ନବୋଜତ ସିଂ ସିଦ୍ଧୁ । ନବୋଜତ ସିଂ ସିଦ୍ଧୁ କଂଗ୍ରସ ଦଳକୁ କହିଛନ୍ତି ଏଥର ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏଥିସହିତ ସିଦ୍ଧୁଙ୍କ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନକରିବା ପାରିବାରିକ କାରଣ କୁହାଯାଉଛି ।

ଏଭଳି ପରିସ୍ଥିତିରେ କଂଗ୍ରେସ କାହାକୁ ଟିକେଟ୍ ଦେବା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ସିଦ୍ଧୁ କହିଛନ୍ତି ଯଦି ମୋତେ ଲୋକସଭା ଯିବାକୁ ପଡିବ ତାହା ହେଲେ ମୁଁ କୁରୁକ୍ଷେତ୍ର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିନଥାନ୍ତି । ସିଦ୍ଧୁଙ୍କ ଏହି ଘୋଷଣା କଂଗ୍ରେସର ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ପଟିଆଲା ଲୋକସଭା ଆସନରୁ କଂଗ୍ରେସ ସିଦ୍ଧୁଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତୁତ ହେଉଥିଲା । ରାଜ୍ୟ କଂଗ୍ରେସ ନେତାଙ୍କ ସହ ସିଦ୍ଧୁଙ୍କର ଭଲ ସମ୍ପର୍କ ନାହଁ ।

Advertisement

ତେଣୁ ରାଜ୍ୟ କଂଗ୍ରେସ ଚାହୁଁଥିଲା ଯେ ଯଦି ସିଦ୍ଧୁ ପଟିଆଲାରୁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରନ୍ତି , ତେବେ ସେ କେବଳ ତାଙ୍କ ଆସନ ଉପରେ ଧ୍ୟାନ ଦେବେ । ତେବେ ସୂଚନାଯୋଗ୍ୟ ଯେ ସିଦ୍ଧୁ ରାଜ୍ୟ କଂଗ୍ରେସ ସଭାପତି ଅମରିନ୍ଦର ସିଂ ରାଜା ଭେଡିଂ ଏବଂ ବିରୋଧୀଦଳ ନେତା ପ୍ରତାପ ସିଂ ବାଜୱାଙ୍କ ସହ ମିଶି ନାହାଁନ୍ତି । ଏହି କାରଣ ହେଉଛି ଫେବୃଆରୀ ୧୧ ରେ ପଞ୍ଜାବ କଂଗ୍ରେସ କାର୍ଯ୍ୟନିର୍ବାହୀ ବୈଠକରେ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଯୋଗ ଦେଇଥିଲେ କିନ୍ତୁ ସିଦ୍ଧୁଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା ।

Leave a Reply

Your email address will not be published. Required fields are marked *