Pratidin TV

Odisha's Digital News Platform

ୱାଇଫ୍‌ ନୁହେଁ ଜୁନିୟର ୱାଇଫ୍‌ ଦରକାର…ଲିଙ୍କଡିନରେ କଲେ ପୋଷ୍ଟ

1 min read

ନେଟ ଏବଂ ସୋସିଆଲ ମିଡ଼ିଆ ଯୋଗୁଁ ଦେଶ ଦୁନିଆରେ ବହୁତ ଜିନିଷ ଭାଇରାଲ ହେବାର ଦେଖିବାକୁ ପାଉଛୁ | ତେବେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଲିଙ୍କ୍‌ଡିନ୍‌ ବିଷୟରେ ସମସ୍ତେ ଜାଣିଛନ୍ତି | ଏହା ସାଧାରଣତଃ ବିଜିନେସ୍‌ କମ୍ୟୁନିଟି ପାଇଁ ଏହା ଏକ ପ୍ରଫେସନାଲ ନେଟୱାର୍କିଂ ସାଇଟ୍‌ । ଏହି ପ୍ଲାଟଫର୍ମ ନିଜ ଚାକିରୀ ନିଯୁକ୍ତି ପାଇଁ ଖୋଜିଥାନ୍ତି କିମ୍ବା ଯାହାକଙ୍କୁ କର୍ମଚାରୀ ଦରକାର ସେମନେଇ ଇଠାରେ ତାଙ୍କର ଆଡ ଦେଇଥାନ୍ତି | ତେବେ ଏଠାରେ ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର ଏମିତି କିଛି ପୋଷ୍ଟକୁ ନେଇ ଚର୍ଚ୍ଚା ହୋଇଛି | ଏବେ ତାଙ୍କ ପୋଷ୍ଟ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି |

ତେବେ ସଫ୍ଟୱେୟାର୍ ଇଞ୍ଜିନିୟର ବ୍ୟକ୍ତି ଜଣକ ଲିଙ୍କ୍‌ଡିନ୍‌ ପୋଷ୍ଟ କରି ଲେଖିଥିଲେ, ଯେଉଁଥିରେ ତାଙ୍କୁ ଜୁନିଅର ପତ୍ନୀ ଦରକାର ବୋଲି ନିଜକୁଟି ଲେଖାଯାଇଥିଲା | ତେବେ ତେବେ ଏହି ନିଯୁକ୍ତ ପାଇଁ କ’ଣ ଯୋଗ୍ୟତା ତାହା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଚାକିରି ପ୍ରକାର ହେଉଛି ଅବଶିଷ୍ଟ ଜୀବନ, କ୍ୟାରିୟର ଲେବୁଲ୍‌: ଏଣ୍ଟ୍ରି ଲେବୁଲ୍‌ (କେବଳ ଜିରୋ ଅଭିଜ୍ଞତାକୁ ପ୍ରାଥମିକତା ଦିଆଯିବ, ଦରମା ଗୋପନୀୟ ରଖାଯାଇଛି | ୩ ରାଉଣ୍ଡ ସାକ୍ଷାତକାର ହେବ। ଅନ୍ତିମ ରାଉଣ୍ଡ ସାକ୍ଷାତକାର ଫେସ୍‌ ଟୁ ଫେସ୍‌ ହେବ।

ଆବଶ୍ୟକତା ହେଲା ରୋଷେଇରେ ଅତି କମ୍‌ରେ ୨ ବର୍ଷର ଅଭିଜ୍ଞତା | ରାତିରେ ଜାଗ୍ରତ ରହି ମୋ ପାଇଁ ମସଲାଯୁକ୍ତ ବିରିୟାନି ତିଆରି କରିବାର କ୍ଷମତା ରଖୁଥିବେ | ଭଲ କମ୍ୟୁନିକେସନ୍‌ ଦକ୍ଷତା ଥିବ | ସମ୍ମାନଜନକ ଏବଂ ସଭ୍ୟ | ଆଜ୍ଞାକାରୀ ଏବଂ ସ୍ନେହୀ | ଗୋଲ୍‌ ଓରିଏଣ୍ଟେଡ୍ (ମୁଁ ସମସ୍ତ କାର୍ଯ୍ୟ କରିବି, କିନ୍ତୁ ମୁଁ କ’ଣ କରୁଛି ତାହା ତାଙ୍କୁ ବୁଝିବାକୁ ପଡିବ | ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କର CV ଇନବକ୍ସରେ ପଠାଇ ପାରିବେ।

ଶେଷରେ ବ୍ୟକ୍ତି ଜଣକ ଡିସ୍‌କ୍ଲେମର ମଧ୍ୟ ଦଦେଇଥିଲେ | ଏବଂ ସେଥିରେ ଲେଖିଥିଲେ ଏହି ପୋଷ୍ଟ କେବଳ ମଜା ପାଇଁ ଦିଆଯାଇଛି | ଏହାକୁ କେବଳ ମଜା ହିସାବରେ ନେବ | ଏହି ପୋଷ୍ଟ କେବଳ ଲୋକଙ୍କୁ ଖୁସି କରିବା ପାଇଁ | ଏହି ପୋଷ୍ଟ ବହୁ ଭାଇରାଲ ହୋଇଥିଲା |

Leave a Reply

Your email address will not be published. Required fields are marked *