Pratidin TV

Odisha's Digital News Platform

ଖୁବଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା , ଝିଅ ଜ୍ୱାଇଁ ମିଶି ସୋଶିଆଲ ମିଡିଆରେ ଦେଲେ ଖୁସି ଖବର …

1 min read

ବଲିଉଡର ଭେଟେରାନ ଅଭିନେତ୍ରୀ ମାନଙ୍କ ମଧ୍ୟରେ ନୀନା ଗୁପ୍ତା ଅନ୍ୟତମ । ଏବେ ସେ ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି । ତାଙ୍କ ଝିଅ ମସାବା ଗୁପ୍ତା ଗର୍ଭବତୀ ଥିବା ସେ ଜଣାଇଛନ୍ତି । ମସବା ତାଙ୍କ ପତି ସତ୍ୟଦୀପ ମିଶ୍ରଙ୍କ ସହ ବେବି ବମ୍ପ ଦେଖାଇ ଫଟୋ ମଧ୍ୟ ଶେୟାର କରିଛନ୍ତି । ମସବା ଓ ସତ୍ୟଦୀପ ଗତ ବର୍ଷ ଜାନୁୟାରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ୨୦୧୫ରେ ମସବା ପ୍ରଡ୍ୟୁସର ମଧୂ ମେଂଟନାଙ୍କ ସହ ବିବାହ କରିଥିଲେ ।

୨୦୧୮ରେ ଏହି ସମ୍ପର୍କ ଭାଙ୍ଗି ଯାଇଥିଲା ଏବଂ ଉଭୟ ଅଲଗା ରହିଥିଲେ । ସେ ପରେ ଅଦିତି ରାଓ ହାଇଦ୍ରିଙ୍କ ପୂର୍ବତନ ପତି ତଥା ଅଭିନେତା ସତ୍ୟଦୀପଙ୍କୁ ବିବାହ କରିଥିଲେ । ୩୪ ବର୍ଷୀୟ ମସବା ଗୁପ୍ତା ତାଙ୍କ ଇନଷ୍ଟାଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କ ଇମୋଜି ସେୟାର କରିଛନ୍ତି ।

Advertisement

ଏହି ପୋଷ୍ଟର ମାସାବା ଏବଂ ତାଙ୍କ ସ୍ୱାମୀ ସତ୍ୟଦୀପ ମିଶ୍ରଙ୍କୁ ଦେଖିବାକୁ ମିଳିଛି । ସେ ସ୍ୱାମୀଙ୍କ କାନ୍ଧରେ ମୁଣ୍ଡ ରଖି ବସିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ‘ଅନ୍ୟ ଏକ ସମ୍ବାଦରେ – ଦୁଇ ଛୋଟ ପାଦ ଆମ ଆଡକୁ ଆସୁଛି! ଦୟାକରି ପ୍ରେମ, ଆଶୀର୍ବାଦ ଏବଂ କଦଳୀ ଚିପ୍ସ ପଠାନ୍ତୁ (କେବଳ ଲୁଣ) । ସେ ହ୍ୟାସଟ୍ୟାଗରେ ଲେଖିଛନ୍ତି #babyonboard #mom&dad ।

Leave a Reply

Your email address will not be published. Required fields are marked *