Pratidin TV

Odisha's Digital News Platform

ଅଲମ୍ପିକ୍ସ 2024 ; ଆଜି ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ କିଶୋର , ରଚିବେ ଇତିହାସ

1 min read

ପ୍ୟାରିସ ଅଲମ୍ପିକ୍ସ ରେ ଭାରତ ପାଇଁ ଆଜି ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଚଳିତ ଅଲମ୍ପିକ୍ସ ରେ ଅନ୍ୟତମ ଆକର୍ଷଣୀୟ ଇଭେଣ୍ଟ ପୁରୁଷ ଜାଭେଲିନ୍‌ ଥ୍ରୋ ମଙ୍ଗଳବାରଠାରୁ ଆରମ୍ଭ ହେବ। ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ସହ ତାଙ୍କ ସାଥୀ ଭାରତୀୟ କ୍ରୀଡ଼ାବିତ୍‌ କିଶୋର ଜେନା ଏହି ଇଭେଣ୍ଟରେ ଗ୍ରାଉଣ୍ଡକୁ ଓହ୍ଲାଇବେ। ପ୍ୟାରିସର ଷ୍ଟେଡ୍‌ ଡି ଫ୍ରାନ୍ସ ଷ୍ଟାଡିୟମରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବ। ଗତ ଟୋକିଓ ଅଲିମ୍ପିକ୍ସ ଫାଇନାଲରେ ୮୬.୬୫ ମିଟର ଜାଭେଲିନ୍‌ ଫିଙ୍ଗି ନୀରଜ ଭାରତ ଲାଗି ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଏବେ ସେ ପ୍ୟାରିସରେ ଟାଇଟଲ୍‌ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି।

ସେହିଭଳି ଓଡ଼ିଆର କିଶୋରଙ୍କ ଉପରେ ମଧ୍ୟ ସାରା ରାଜ୍ୟବାସୀଙ୍କ ନଜର ମଧ୍ୟ ରହିବ। ପୁରୀ ବ୍ରହ୍ମଗିରି ଜନ୍ମିତ ୨୮ ବର୍ଷୀୟ କିଶୋର ଏସୀୟ କ୍ରୀଡ଼ାରେ ଐତିହାସିକ ରୌପ୍ୟ ପଦକ ସଫଳତା ପାଇ ପ୍ୟାରିସକୁ ଯୋଗ୍ୟତା ଅର୍ଜନ କରିଥିଲେ। ସାରା ବିଶ୍ୱର ୩୨ଜଣ କ୍ରୀଡ଼ାବିତ୍‌ ପୁରୁଷ ଜାଭେଲିନ୍‌ ଥ୍ରୋ’ ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୩୨ଜଣ ଫିଙ୍ଗାଳିଙ୍କୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇ କ୍ୱାଲିଫିକେସନ ରାଉଣ୍ଡ ମଙ୍ଗଳବାର ଅପରାହ୍ଣ ୧:୫୦ରୁ ଆରମ୍ଭ ହେବ। ଜାଭେଲିନ୍‌ର ଫାଇନାଲ ରାଉଣ୍ଡ ଅଗଷ୍ଟ ୮ରେ ଖେଳାଯିବ।

Advertisement

ତେବେ ଆଜି ଟେବଲ ଟେନିସ୍‌ର ପୁରୁଷ ଟିମ୍‌ ପ୍ରି କ଼୍ବିର୍ଟର ଫାଇନାଲରେ ଚୀନ୍‌ର ଟିମ୍‌କୁ ଭେଟିବ । ଏଥିସହିତ ପୁରୁଷ ଜାଭେଲିନ୍‌ରେ ୧.୫୦ ରେ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟକୁ ଓହ୍ଲାଇବେ । ଏହାପରେ ୩.୨୦ରେ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟକୁ ଓହ୍ଲାଇବେ । ମହିଳା ୪୦୦ ମିଟରରେ ୨.୫୦ରେ କିରଣ ପହଲ ଏବଂ ବିନେଶ ଫୋଗାଟ ୫୦ କି.ଗ୍ରା ବର୍ଗରେ ୨.୩୦ରେ ପ୍ରି କ଼୍ବାର୍ଟର ଫାଇନାଲ୍‌ ଖେଳିବେ । ୧୦.୩୦ରେ ପୁରୁଷ ହକି ଟିମ୍‌ ସେମିଫାଇନାଲ୍‌ ଖେଳିବ ।

Leave a Reply

Your email address will not be published. Required fields are marked *