ସୁନା ପୁଅର ସଂଘର୍ଷ , ଭଙ୍ଗା ଆଙ୍ଗୁଠିରେ ଖେଳିଥିଲେ ଡାଇମଣ୍ଡ ଲିଗର ଫାଇନାଲ୍ ମ୍ୟାଚ୍ ….
1 min readଭାରତର ସୁନା ପୁଅ ନୀରଜ ଶନିବାର ରାତିରେ ଡାଇମଣ୍ତ ଲିଗ୍ ଫାଇନାଲ ରେ ୨ୟ ସ୍ଥାନରେ ରହିଥିଲେ । ମାତ୍ର ଏକ ସେଣ୍ଟିମିଟର ଦୂରତା ପାଇଁ ସୁନା ପଦକକୁ ହରେଇଥିବା ଆମ ସୁନା ପୁଅ ନୀରଜ କରିଛନ୍ତି ବଡ ଖୂଲାସା । କିଭଲି ସେ ଡାଇମଣ୍ଡ ଫାଇନାଲ ଲିଗ ପାଇଁ ସଂଘର୍ଷ କରିଥିଲେ ସେ କଥା ପ୍ରକାଶ କରିଛନ୍ତି ନୀରଜ୍ ।
ରବିବାର ଏକ୍ସରେ ଏକ ପୋଷ୍ଟ କରି ନିଜ ଜନ୍ତ୍ରଣା ବଖାଣିଛନ୍ତି ନୀରଜ୍ । ବ୍ରୁସେଲ୍ସରେ ଖେଳା ଯାଇଥିବା ଫାଇନାଲରେ କେମିତି ସଂଘର୍ଷ କରିଥିଲେ, ସେକଥା ସୂଚନା ଦେଇଛନ୍ତି। ଫାଇନାଲରେ ସେ ୮୭.୮୬ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଦ୍ୱିତୀୟରେ ରହିଥିଲେ। ଗ୍ରେନେଡାର ଆଣ୍ଡରସନ ପିଟର୍ସ ୮୭.୮୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଡାଇମଣ୍ଡ ଲିଗ ଟ୍ରଫି କବଜା କରିଥିଲେ। ନୀରଜ ମାତ୍ର ଗୋଟିଏ ସେଣ୍ଟିମିଟର ପାଇଁ ଚାମ୍ପିୟନ ପଦରୁ ଓହରିଯାଇଥିଲେ ।
ଖେଳ ଶେଷ ହେବା ପରେ ନୀରଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ବାମ ହାତର ଏକ୍ସ-ରେ ଫଟୋ ଛଡାଯାଇଛି । ତାଙ୍କ ବାମ ହାତର ଏକ ଆଙ୍ଗୁଠି ଭାଙ୍ଗିଯାଇଥିବା ସେଥିରେ ଦେଖାଯାଉଛି । ଅର୍ଥାତ ସେ ଭଙ୍ଗା ଆଙ୍ଗୁଳିରେ ଫାଇନାଲ ଖେଳିବା ସହ ଭାରତ ପାଇଁ ରୌପ୍ୟ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।