ଆଜି ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ , ନୀରଜ୍ ଦେଖାଇବେ ପାୱାର …..
1 min readପ୍ୟାରିସ ଅଲମ୍ପିକ୍ରେ କମାଲ ଦେଖାଇଛନ୍ତି ଭାରତର ସୁନା ପୁଅ ନୀରଜ୍ ଚୋପ୍ରା । ସେ କ୍ୱାଲିଫାଇଂ ରାଉଣ୍ଡରେ ପ୍ରଥମ ପ୍ରୟାସରେ ହିଁ ଫାଇନାଲକୁ ପ୍ରବେଶ କରିଛନ୍ତି । ସେ ପ୍ରଥମ ପ୍ରୟାସରେ ୮୯.୩୪ ଜାଭୈିନ୍ ଫିଙ୍ଗି ପ୍ୟାରିସ୍ରେ ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ ।
ତେବେ ଆଜି ଭାରତର ସବୁଠୁ ବଡ ପଦକ ଆଶା ଭାବରେ ନୀରଜ ଚୋପ୍ରା ପୁରୁଷ ଜାଭେଲିନ୍ ଫାଇନାଲରେ ସ୍ୱର୍ଣ୍ଣ ପାଁ ପ୍ରୟାସ କରିବେ। ପ୍ୟାରିସ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତ ଜିତିଥିବା ସମସ୍ତ ପଦକ ମଧ୍ୟରୁ ସୁନା କି ରୂପା ନାହିଁ। ତେଣୁ ଆଜି ସଭିଙ୍କ ଆଖି ସୁନା ପୁଅ ନୀରଜ୍ଙ୍କ ଉପରେ । ସୂର୍ଣ୍ଣ ପଦକ ପାଇଁ ଲଢେଇ କରିବେ ନୀରଜ । ଅନ୍ୟପଟେ ଭାରତୀୟ ହକି ଦଳ ସ୍ପେନ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବ। ଭାରତ ଏବଂ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୫.୩୦ ରେ ଆରମ୍ଭ ହେବ ଜ୍ଝ ଆଜି ଭାରତର ବ୍ୟାଗରେ ଅତି କମରେ ୨ ଟି ପଦକ ପାଇବାର ଆଶା ଅଛି ।
ଏହାପୂର୍ବରୁ ମହିଳା ଟେବୁଲ୍ ଟେନିସ୍ ଦଳ ଇଭେଣ୍ଟରେ କ୍ୱାର୍ଟର ଫାଇନାଲରେ ଅର୍କାନା କାମାଥ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରିଥିଲେ, କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଟେବୁଲ୍ ଟେନିସ୍ ଦଳର ଅଭିଯାନ ଶେଷ ହୋଇଥିଲା। ଏଥି ସହିତ ଭାରତର ଅଭିଜ୍ଞ ଜାଭେଲିନ୍ ଥ୍ରୋ ଅନ୍ନୁ ରାନୀ ପୁଣି ନିରାଶ ହୋଇଥିଲେ। ସେ ୫୫.୮୧ ମିଟରରୁ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ଦୁଇଟି ପ୍ରୟାସରେ ସେ ୫୩.୨୨ ମିଟର ଏବଂ ୫୩.୦୦ ମିଟର ପରିଚାଳନା କରିଥିଲେ ଜ୍ଝ ୫୫ ମିଟର ଜାଭେଲିନ୍ ଥ୍ରୋ ଜ୍ଝ ସେ ଗ୍ରୁପ୍ ଏରେ ଥିବା ୧୬ ପ୍ରତିଯୋଗୀଙ୍କ ମଧ୍ୟରୁ ୧୫ ତମ ଏବଂ ସାମଗ୍ରିକ ୨୬ ତମ ସ୍ଥାନ ହାସଲ କରିଛନ୍ତି।
ତେବେ ଆଜି ଭାରତୀୟ ପ୍ରଶଂସକଙ୍କ ଆଖି ନୀରଜ ଚୋପ୍ରାଙ୍କ ଉପରେ ରହିବ। ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିପାରିବେ ଜ୍ଝ ଏହା ବ୍ୟତୀତ ଭାରତୀୟ ହକି ଦଳ ସ୍ପେନ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବ।