ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା, ଏମିତି କହି ହୃଦୟ ଜିତିଲେ ନୀରଜଙ୍କ ମା…
1 min readପ୍ୟାରିସ ଅଲମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ] ଭାରତ ଇତିହାସରେ ଆଉ ଏକ ନୂଆ ଫର୍ଦ ଯୋଡ଼ିଦେଲେ ଭାରତର ସୁନା ପୁଅ ନୀରଜ ଚୋପ୍ରା | ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ ଭାବେ ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ଏବଂ ବର୍ତ୍ତମାନ ପ୍ୟାରିସ ଅଲମ୍ପିକ୍ସରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି | ଚତୁର୍ଥ ଭାରତୀୟ ଖେଳାଳି ଭାବରେ ୨ଟି ବ୍ୟକ୍ତିଗତ ଅଲମ୍ପିକ୍ସ ଜିତିଛନ୍ତି |
ଅଲମ୍ପିକ୍ସ ଜାଭେଲିନ ଥ୍ରୋ ଫାଇନାଲରେ ଭାରତ ପାକିସ୍ତାନ ପାଇଁ ଲଢେଇ ଦେଖିବାକୁ ମିଳିଥିଲା | ଯେଉଁଥିରେ ରୌପ୍ୟ ପଦକ ଜିତିଛନ୍ତି ଏବଂ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା | ପାକିସ୍ତାନର ଅର୍ଶଦ ନଦିମ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଫଳାଫଳ ପରେ ନୀରଜ ଚୋପ୍ରାଙ୍କ ମା’ଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଯିଏ ସ୍ବର୍ଣ୍ଣ ପଦକ ଜିତିଛନ୍ତି ସେ ମଧ୍ୟ ଆମର ପୁଅ।
ପାନିପତରେ ରହୁଥିବା ନୀରଜ ଚୋପ୍ରାଙ୍କ ମାତା ସରୋଜ ଦେବୀ କହିଛନ୍ତି, ଆମେ ବହୁତ ଖୁସି, କାରଣ ଆମ ପାଇଁ ରୂପା ସୁନା ସହିତ ସମାନ। ଯିଏ ସୁନା ନେଇଛି ସେ ମଧ୍ୟ ଆମର ପୁଅ। ସେ କଠିନ ପରିଶ୍ରମ କରିବା ପରେ ଏହାକୁ ନେଇଛନ୍ତି। ପ୍ରତ୍ୟେକ ଖେଳାଳିଙ୍କ ଦିନ ଥାଏ। ନୀରଜ ଆହତ ହୋଇଥିଲେ, ତେଣୁ ଆମେ ତାଙ୍କ ପ୍ରଦର୍ଶନକୁ ନେଇ ଖୁସି। ଯେତେବେଳେ ସେ (ନୀରଜ ଚୋପ୍ରା) ଆସନ୍ତି, ମୁଁ ତାଙ୍କର ପ୍ରିୟ ଖାଦ୍ୟ ରାନ୍ଧିବି।
ସେହିପରି ନୀରଜ ଚୋପ୍ରାଙ୍କ ପିତା ସତୀଶ କୁମାର କହିଛନ୍ତି, ଆମେ ଚାପ ପକାଇ ପାରିବୁ ନାହିଁ। ପ୍ରତ୍ୟେକ ଆଥଲେଟର ଗୋଟିଏ ଦିନ ଅଛି, ଆଜି ପାକିସ୍ତାନୀ ଆଥଲେଟ ଅର୍ଶଦ ନଦିମଙ୍କ ଦିନ ଥିଲା, ଅର୍ଶଦ ସ୍ବର୍ଣ୍ଣ ଜିତିବାରେ ସକ୍ଷମ ହୋଇଥିଲେ। ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଆମେ ଦ୍ୱିତୀୟଥର ପାଇଁ ଅଲିମ୍ପିକ୍ସରେ ଜାଭେଲିନ୍ରେ ପଦକ ଜିତିଛୁ।