Pratidin TV

Odisha's Digital News Platform

NEET-PG ଘୋଷଣା ହେଲା ତାରିଖ, ୨ଟି ସିଫ୍ଟରେ ହେବ ପରୀକ୍ଷା

1 min read

ନିଟ୍-ପିଜି ୨୦୨୪ର ସଂଶୋଧିତ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଅଗଷ୍ଟ ୧୧ ତାରିଖରେ ହେବ ପରୀକ୍ଷା । ଦୁଇଟି ସିଫ୍ଟରେ ପରୀକ୍ଷା ହେବ ବୋଲି କୁହାଯାଇଛି । ଜୁଲାଇ ୫ ତାରିଖ ଦିନ NBE ପକ୍ଷରୁ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ,ଏହି ପରୀକ୍ଷା ଜୁନ୍ ୨୩ ତାରିଖରେ ହେବାର ଥିଲା । ୨୨ ତାରିଖ ରାତିରେ ହିଁ ପରୀକ୍ଷାକୁ ବାତିଲ କରାଯାଇଥିଲା । ଅନିୟମିତତା ହେବା ସନ୍ଦେହରେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଥିଲା । ଏଥର ନିଟ୍ ମେଡିକାଲ ଏଣ୍ଟ୍ରାନ୍ସ ବ୍ଯାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି । ଏନଟିଏ ପକ୍ଷରୁ ନିଟ୍‌ ୟୁଜି ପରୀକ୍ଷା କରାଯାଉଥିବା ବେଳେ ଏନବିଇ ଦୀର୍ଘ ୭ ବର୍ଷ ହେଲାଣି ନିଟ ପିଜି ପରୀକ୍ଷା ଆୟୋଜନ କରୁଛି। ନିଟ୍‌ ୟୁଜିକୁ ନେଇ ବିବାଦ ଦେଖାଯାଉଥିଲେ ତେଣୁ ନିଟ୍‌ ପିଜି ପରୀକ୍ଷା ସ୍ଥଗିତ ରଖାଯାଇଥିଲା | ଅଗଷ୍ଟ ୧୧ ତାରିଖରେ ନିଟ୍‌ ପିଜି ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ ବୋଲି ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *