ପ୍ରଥମ ପ୍ରୟାସରେ ନିଟ୍ କ୍ଲିଅର କଲେ ଗଙ୍ଗା ଘାଟରେ ଆଳତୀ କରୁଥିବା ବିଭୁ , ଏବେ ବନିବେ ଡାକ୍ତର ..
1 min readଉତ୍ତରପ୍ରଦେଶ : କୁହନ୍ତି ପରିଶ୍ରମ ସହ ପ୍ରାର୍ଥନାରେ ମଧ୍ୟ ଶକ୍ତି ଅଛି ଆଉ ଆଜି ତାକୁ ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣ କରିଛନ୍ତି ୟୁପିର ବାଦାଉନ୍ ଜିଲ୍ଲାର ବାସିନ୍ଦା ବିଭୂ ଉପାଧ୍ୟାୟ । ବିଶେଷ କଥା ହେଉଛି ଯେ ବିଭୂ ନିୟମିତ ଭାବରେ କାଚ୍ଛଲା ଗଙ୍ଗା ଘାଟରେ ଗଙ୍ଗା ଆରତୀ ପ୍ରଦର୍ଶନ କରନ୍ତି ଏବଂ ଏହା ସହିତ ସେ ପ୍ରଥମ ପ୍ରୟାସରେ ହିଁ ନିଟ୍ କ୍ଲିଅର କରିଛନ୍ତି ।
ଭାରତ ଏକ ଏମିତି ଦେଶ ଯେଉଁଠି ନଦୀଗୁଡିକୁ ମାଁ ରୂପରେ ପୂଜା କରାଯାଏ । ଲୋକମାନଙ୍କ ବିଶ୍ୱାସ ଯେ ଭାରତରେ ବହୁଥିବା ନଦୀଗୁଡିକ ଜୀବନ ପ୍ରଦାନକାରୀ, ନିଜ ସନ୍ତାନ ପରି ପ୍ରତ୍ୟେକ ଜୀବଙ୍କର ଯତ୍ନ ନିଅନ୍ତି । ମାତା କେବେ ହେଲେ କାହାକୁ ହତାଶ କରନ୍ତି ନାହିଁ। ତେବେ ନଦୀମାନଙ୍କ ଭିତରେ ବିଶେଷ ମାନ୍ୟତା ରହିଛି ଗଙ୍ଗା ନଦୀର ବା ଗଙ୍ଗାମାର । ଏହି ଗଙ୍ଗା ମାଁ ଙ୍କ ଆର୍ଶୀବାଦରୁ ହିଁ ଉତ୍ରପ୍ରଦେଶର ବିଭୂ ନିଟ୍ କ୍ଲିଅର କରିଥିବା କହିଛନ୍ତି । ସେ କହିଛନ୍ତି ଯେ ମୋ କଠିନପରିଶ୍ରମ ସହ ମା ଗଙ୍ଗାଙ୍କ ଆର୍ଶୀବାଦରୁ ଆଜି ମୁଁ ପ୍ରଥମ ପ୍ରୟାସରେ ସଫଳତା ହାସଲ କରିଛି । ଏସବୁ ମୋ ପାଇଁ ସ୍ୱପ୍ନ ଥିଲା । କିନ୍ତୁ ମାଁ ଗଙ୍ଗାଙ୍କ କୃପାରୁ ତାହା ବାସ୍ତବ ରୂପ ନେଇଛି ।
ତେବେ ବିଭୂଙ୍କ ସଫଳତାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା । ତାଙ୍କର ଏହି ସଫଳତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କାରଣ ବିଭୂ ଦୀର୍ଘ ଦିନ ଧରି ଗଙ୍ଗା ଆରତୀ ପ୍ରଦର୍ଶନ କରିଆସୁଥିଲେ। ମା ଗଙ୍ଗାଙ୍କ ଏହି ପୁଅ ସୋସିଆଲ ମିଡିଆରେ ବହୁତ ପ୍ରଶଂସିତ ହେଉଛନ୍ତି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଭୂଙ୍କ ଏହି ସଫଳତାକୁ ନେଇ ବହୁତ ଖୁସି ଅଛନ୍ତି। ତାଙ୍କର ଶୁଭେଚ୍ଛା ବାର୍ତ୍ତା ଦେବା ସହ ବିଭୂଙ୍କ ସଫଳତାକୁ ସାଂସ୍କୃତିକ ତଥା ଶୃଙ୍ଖଳିତ ବୋଲି ବର୍ଣ୍ଣନା କରିଥିଲେ। ତେବେ ବିଭୂ NEET ରେ ୭୨୦ ମଧ୍ୟରୁ ୬୨୨ ମାର୍କ ରଖିଛନ୍ତି । ଏହି ସଫଳ ଛାତ୍ର ବିଭୂ ନିଜର ସଫଳତା ପଛର ସବୁ ଶ୍ରେୟ ମା ଗଙ୍ଗାଙ୍କୁ ଦେଇଛନ୍ତି । ଆଉ ସେ କହିଛନ୍ତି ଯେ ହଁ ପ୍ରାର୍ଥନାରେ ଖୁବ୍ ଶକ୍ତି ଥାଏ । ଯଦି ଆପଣ ଉପଯୁକ୍ତ ପରିଶ୍ରମ କରିବେ ତେବେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ କିନ୍ତୁ ତାସହ ମାଁଙ୍କ ଆର୍ଶୀବାଦ୍ ଆଉ ପ୍ରାର୍ଥନା ମଧ୍ୟ ଆବଶ୍ୟକ । ୨୦୧୯ ରୁ ବିଭୂ ଗଙ୍ଗା ଘାଟରେ ଆଳତୀ କରୁଆସୁଛନ୍ତି । ଆଗକୁ ସେ ଡାକ୍ତର ବନିବା ସହ ଗଙ୍ଗା ଘଟାରେ ଆଳତୀ କରିବାକୁ ମଧ୍ୟ ଇଛା ରଖିଛନ୍ତି ।