Pratidin TV

Odisha's Digital News Platform

ଘରକୁ ଡାକି ମିଠା ଲଡୁ ଦେଇ ନାବାଳକ ପୁଅର ଗଳା କାଟିଲା ପଡୋଶୀ ।

ବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଶିଷକେଲା ପଂଚାୟତ ଭୋରପଡା ରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗାଁର ୧୩ବର୍ଷୀଆ ନାବାଳକ ପୁଅ ମିଳନ ଦୀପ କୁ ଗଳା କାଟି ହତ୍ୟା ଉଦ୍ୟମ କରାଯାଇ ଥିବା ଅଭିଯୋଗ ଆସିଛି । ଗାଁର ପୋଡଶୀ ସାଗର ନାମକ ବ୍ୟକ୍ତିଙ୍କ ଅଜା ନାବାଳକ କୁ ପ୍ରଥମେ ଘରକୁ ଡାକି ମିଠା ଓ ଲଡୁ ଖାଇବା କୁ ଦେଇଥିଲେ ଓ ଧାଁରୁଆ ଅସ୍ତ୍ର (ଦାଆ )ରେ ଗଲା କାଟି ଉଦ୍ୟମ କରୁଥିବା ବେଳେ ନାବାଳକ ପୁଅ ଜଣକ ଗଲା କାଟୁ ଥିବା ବ୍ୟକ୍ତି ଙ୍କୁ ଠେଲି ଦେଇ ଘରୁ ପଳେଇ ଆସି ଥିଲେ ।

ଗଳା କାଟୁଥିବା ବ୍ୟକ୍ତି ଜଣକ ପୂର୍ବରୁ ଗାଁ ରେ ଗୁଣି ଗାରେଡ଼ି କରୁଥିବାରୁ ଓ ଗଳା କାଟିବା ସମୟରେ ହାତରେ ଚିନି ଓ ଅସ୍ତ୍ର ଧରି ଥିବାରୁ ଏହା କୁ ବଳି ଘଟଣା ବୋଲି ପରିବାର ତରଫରୁ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳକ ପୁଅ କୁ ପ୍ରଥମେ ସଇଁତଲା ଡାକ୍ତରଖାନା ରେ ଭର୍ତିକରିଥିଲେ ନାବାଳକ ପୁଅ ବେକ ରେ ଗଭୀତ ଆଘାତ ଲାଗି ଥିବା ରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ କୁ ସ୍ଥାନାସ୍ତର କରାଯାଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *