Pratidin TV

Odisha's Digital News Platform

ପଡୋଶୀଙ୍କ ଲୁହା ରଡ଼ ଆକ୍ରମଣରେ ମହିଳା ଗୁରୁତର…

ବଲାଙ୍ଗୀର : ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଡେମ ପଡ଼ାର ଉତ୍କଳ ନଗରରେ ଜଣେ ମହିଳାଙ୍କୁ ତାଙ୍କ ପଡୋଶୀ ଲୁହା ରଡ୍ ଓ କାଠ ଫାଳିଆ ରେ  ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳା ଜଣକ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ମହିଳା ଜଣକ ଡେମପଡ଼ା ସ୍ଥିତ ଉତ୍କଳ ନଗରର ଅନୁପମା ପାତ୍ର ବୋଲି ଜଣାପଡ଼ିଛି ।

ଗୁରୁତର ମହିଳାଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ବେଳେ ମହିଳାଙ୍କୁ ତାଙ୍କ ପଡୋଶୀ ଫକୀର ବାଗ ଓ ବିମଳା ବାଗ ଲୁହା ରଡ଼ ଓ କାଠ ଫାଳିଆ ରେ ଆକ୍ରମଣ କରିଥିବା ସୂଚନା ରହିଛି ଗୁରୁତର ମହିଳାଙ୍କ ସ୍ବାମୀ ଶ୍ରୀବତ୍ସ ପାତ୍ର ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *