ବିନାଶର ସଙ୍କେତ ଦେଲା ନେମାଳ , ପତ୍ରଶୂନ୍ୟ ହେଲା ମହାକଳ୍ପବଟ
1 min readକଟକ : ଧିରେ ଧିରେ ମାଳିକାର ଅନେକ ଲେଖନି ସତ ହେବାରେ ଲାଗିଛି । ଯେପରି ଅଜଣା ବ୍ୟାଧି ଲୋକ ଦେବେ ମୁହଁରେ ତୁଣ୍ଡି ଅର୍ଥାତ୍ ମାଳିକାର ଏହି ଲିଖନ କରୋନାକୁ କେନ୍ଦ୍ରକରିଥିଲା । ଯାହ ନିକଟରେ ସତ ମଦ୍ୟ ହୋଇଥିଲା । ସାର ବିଶ୍ୱକୁ ଅଅକ୍ରାନ୍ତ କରିଥିଲା ଏହି କରୋନା କେହି ବଞ୍ଚିପାରିନଥିଲେ ତା କବଳରୁ । ସେହିପରି ମାଳିକାରେ ଉଲ୍ଲେଖ ଥିବା ହଣାକଟା, ନାରୀ ନିଶା, ଲୋଭ ମୋହମାୟା,ପରକିଆପ୍ରିତି ଇତ୍ୟାଦି ମାଳିକା ଅନୁ ଯାୟୀ ବଢିବାରେ ଲାଗିଛି । ତେବେ ସେହିପରି କଟକ ଜିଲ୍ଲା ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଏକ ଅସ୍ୱାଭାବିକ ଦୃଶ୍ୟ ଦେଖାଦେଇଛି ।
ଯାହା ଭକ୍ତମାନଙ୍କ ସହ ପୂଜକମାନଙ୍କୁ ମଧ୍ୟ ଚକିତ କରିଦେଇଛି । କାଳକାଳରୁ ମହାପୁରୁଷଙ୍କ ଗାଦି ସମ୍ମୁଖରେ ଥିବା ମହାକଳ୍ପବଟ ଅଦିନରେ ପତ୍ରଝ଼ଡ଼ା ଦେଇଛି। ଏବେ ବର୍ଷା ଋତୁରେ କଅଁଳ ଛନଛନିଆ ପତ୍ରରେ ଭରପୁର ହୋଇ ସବୁଜ ଦେଖାଯିବା ବଦଳରେ ଗଛଟି ସଂପୂର୍ଣ୍ଣ ପତ୍ରଝଡ଼ା ଦେଇ ବିବର୍ଣ୍ଣ ରୂପ ଧାରଣ କରିଛି। ମହାକଳ୍ପବଟର ଏ ବିସର୍ଣ୍ଣ ରୂପକୁ ଦେଖି ଶ୍ରଦ୍ଧାଳଙ୍କ ମନରେ ନାନା ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ସଂବାଳୁଆ ପାଇଁ ଗଛ ପତ୍ରଝଡ଼ା ଦେଇଥିବା କହିବା ସହ ଏହାର ଉପଚାର ଆରମ୍ଭ କରିଛି ଉଦ୍ୟାନ ବିଭାଗ।
ବର୍ଷ ତମାମ କଅଁଳ ଛନ ଛନିଆ ପତ୍ର ଗହଳରେ ସୁନ୍ଦର ଦିଶୁଥିବା ଏହି ବୃକ୍ଷ ଥୁଣ୍ଟା ଓ ଲଣ୍ଡା ଚେହେରା ଦେଖି ଶ୍ରଦ୍ଧାଳୁମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏ ପୀଠରେ ଯାହା ଆଗରୁ କେହି କେବେ ଦେଖି ନଥିଲେ କି ଶୁଣି ନଥିଲେ, ଏବେ ତାହା ହିଁ ଘଟିଛି। ୩/୪ ଦିନ ତଳେ ସବୁଜ ପତ୍ର ଗହଳରେ ଭରପୁର ଥିବା ଗଛଟି ହଠାତ ସମ୍ପୂର୍ଣ୍ଣ ପତ୍ରଶୂନ୍ୟ ହୋଇପଡ଼ିଛି। ଏପଟେ ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ପରେ ଏହାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ନାନା ଶଙ୍କା। କଣ କଳିଯୁଗର ଶେଷ ହେବାର ଶଙ୍କେତ ଦେଉଛି କି ଏହି ପତ୍ରଛଡା କଳ୍ପବୃକ୍ଷ । ଏପରି ଅନେକ ଆଶଙ୍କାରେ ଗୁଡାଇ ତୁଡାଇ ହେଉଛି ଭକ୍ତମାନଙ୍କର ମନ ।ପୁରା ଦୃଶ୍ୟ ଦେଖନ୍ତୁ ଆମର ଏହି ଭିଡିଓରେ