ନେପାଳ ଝିଅ ହେଲେ ଓଡିଶା ବୋହୁ ।
1 min readକଟକ ; ନେପାଳ ଝିଅ ହେଲେ ଓଡିଶା ବୋହୁ । ବୈଦିକ ରୀତିନୀତି ରେ ହେଲା ବିବାହ ସମ୍ପର୍ଣ୍ଣ । ଦୁବାଇର ଏକ ମଲ ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ. ଏବେ ବୈଦିକ ରୀତିନୀତିରେ ଗ୍ରାମ ଦେବୀ ଙ୍କ ମନ୍ଦିର ରେ ବିବାହ ବନ୍ଧନ ରେ ବାନ୍ଧି ହେଲେ ଓଡ଼ିଆ ପୁଅ କୁ ନେପାଳ ଝିଅ ।
ଏଭଳି ଏକ ନିଆରା ବାହାଘର ର ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଦୁର୍ଗାପୁର ପଂଚାୟତ ର ଭେଡା ରାମଚନ୍ଦ୍ରପୁରରେ । ଗାଁର ଗ୍ରାମଦେବୀ ଙ୍କ ମନ୍ଦିର ଠାରେ ବୈଦିକରୀତିନୀତି ରେ ଉଭୟ ପରିବାର ର ସହମତି ରେ ବିବାହ କାର୍ଯ୍ୟ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଲଳିତ କୁମାର ମହାପାତ୍ର ଙ୍କ ସମେତ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ହୋଇଥିଲା ସମ୍ପନ୍ନ । ବାଜା ବାଣ ଓ ଡିଜେ ସାଉଣ୍ଟ ର ତାଳେ ତାଳେ ନାଚ ଗୀତରେ ମଧ୍ୟରେ ବର ଘର ନିଜର ସମ୍ପର୍କୀୟ ବନ୍ଧୁବାନ୍ଧବ ଙ୍କୁ ଧରି ପହଂଚି ଥିଲେ । ବର ଗ୍ରାମଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ସେଠି ବୈଦିକ ରୀତିନୀତି ରେ ବିବାହ ହୋଇଥିଲା ସମ୍ପନ୍ନ ।
ନବବଧୂ ଙ୍କୁ ଆଶ୍ରୀବାଦ ଦେବା ପାଇଁ ଗାଁ ର ମୁରବି ସାହି ପଡିଶା ଓ ପରିବାର ଲୋକେ ଉପସ୍ଥିତ ରହିଥିଲେ । ଏଭଳି ଏକ ନିଆରା ବିବାହ ଦେଖିବାକୁ ଗ୍ରାମଦେବୀ ଙ୍କ ମନ୍ଦିର ରେ ଲାଗିଥିଲା ଭିଡ଼ । ସୂଚନା ଅନୁଯାଇ ଭେଡା ରାମଚନ୍ଦ୍ରପୁର ଗାଁ ର କାମଦେବ ଗୋଛି ଙ୍କ ପୁଅ ରାକେଶ କୁମାର ଗୋଛି କାମ କରିବାକୁ ଦୁବାଇ ଯାଇଥିଲେ । ସେଠାରେ ଡ୍ରାଇଭର ଭାବେ କାର୍ଯ୍ୟରତ ରହିଥିଲେ । ଏହାରି ଭିତରେ ମଲ ରେ ତାଙ୍କର ଦେଖା ହେଉଥିଲେ ନେପାଳ ର ଝିଅ ଜଗତ ମାୟାଙ୍କ ସହ । ସେହି ପ୍ରଥମ ଦେଖାରେ ହିଁ ଗଢି ଉଠିଥିଲା ପ୍ରେମ ସମ୍ପର୍କ ଏବେ ଏ ପ୍ରେମ ସମ୍ପର୍କ ଉଭୟ ପରିବାର ର ସହମତି ରେ ସମ୍ପର୍ଣ୍ଣ ହୋଇଛି ।