Pratidin TV

Odisha's Digital News Platform

ଗୋଆରେ ନିଖୋଜ ହେଲେ ଝିଅ….ଖୋଜିଦେବା ପାଇଁ ସୋସିଆଲ ମିଡ଼ିଆରେ ନିବେଦନ କଲେ ନେପାଳ ମେୟର

1 min read

ଗୋଆରୁ ନିଖୋଜ ହେଲେ ନେପାଳର ଜଣେ ମେୟରଙ୍କ ଝିଅ | ୩୬ ବର୍ଷୀୟ ନେପାଳୀ ମହିଳା ଆରତୀ ହାମଲ ନେପାଳର ଜଣେ ମେୟରଙ୍କ ଝିଅ | ସେ ଗୋଆକୁ ଏକ ବ୍ୟକ୍ତିଗତ କାମ ପାଇଁ ଆସିଥିବା ବେଳେ ଯେଉଁଠାରେ ସେ ନିଖୋଜ ହୋଇଯାଇଥିଲେ | ମାର୍ଚ୍ଚ ୨4 ରବିବାର ଦିନ ଝିଅ ନିଖୋଜ ହେବାର ଖବର ପାଇବା ପରେ ନେପାଳର ଧାଙ୍ଗାଡ଼ିର ମେୟର ଗୋପାଳ ହମଲ ଝିଅକୁ ଖୋଜିବା ନିମନ୍ତେ ସୋଶାଲ ମିଡିଆରେ ସମସ୍ତଙ୍କୁ ନିବେଦନ କରିଥିଲେ |

ପୋଲିସ ସୂଚନା ଅନୁସାରେ ଗୋପାଳ ହମଲଙ୍କ ୩୩ ବର୍ଷୀୟା ବଡ଼ ଝିଅ ଆରତୀ ହମଲ ଓସୋ ମେଡିଟେସନ ସେଣ୍ଟରକୁ କିଛି ମାସ ହେବ ଆସି ରହୁଥିଲେ। ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ଶେଷ ଥର ପାଇଁ Ashvem Bridge ନିକଟରେ ଦେଖିବାକୁ ମିଳିଥିଲା। ଆରତୀ ନିଖୋଜ ହେବା ନେଇ ଓସୋ ମେଡିଟେସନ ସେଣ୍ଟର ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା। ସେପଟେ ନିଖୋଜ ଅଭିଯୋଗ ପଞ୍ଜିକୃତ ହେବା ପରେ ଗୋଆ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଏଥିରେ ହଡ଼ବଡେ଼ଇ ହୋଇ ମେୟର ଗୋପାଳ ସୋସିଆଲ ମିଡିଆରେ ପୋଷ୍ଟ କରି ନିଖୋଜ ତାଙ୍କ ବଡ ଝିଅକୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ | ନିଜ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ଝିଅର ସହଯୋଗୀମାନେ ତା’ ସହ ଯୋଗାଯୋଗ କରି ପାରୁ ନ ଥିବା ନେଇ ମୋତେ ଜଣାଇଥିଲେ। ଏହାପରେ ପର୍ବର ସମସ୍ତ ସଦସ୍ୟଙ୍କ ମୁଣ୍ଡରେ ଦୁଃଖର ପାହାଡ଼ ପଡିଯାଇତିଲା |

ଝିଅର ନିଖୋଜ ଖବର ମିଳିବା ପରେ ଗୋପାଳ ହମଲଙ୍କ ସାନ ଝିଅ ଓ ଜ୍ୱାଇଁ ଗୋଆ ଅଭିମୁଖେ ଆସିଥିବା ଜଣାଯାଇଛି। ତେବେ ଝିଅ ସମ୍ପର୍କରେ କୌଣସି ଖବର ମିଳିଲେ ତୁରନ୍ତ ଜଣାଇବାକୁ ନେଇ ହମଲ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *