Pratidin TV

Odisha's Digital News Platform

ଅଧା ରହିଗଲା ସହପାଇଲଟରୁ – ପାଇଲଟ ହେବାର ସ୍ୱପ୍ନ : ୧୬ ବର୍ଷ ପୂର୍ବେ ସ୍ୱାମୀଙ୍କୁ ହରାଇ ନେଇଥିଲେ ଏଭଳି ନିଷ୍ପତ୍ତି …

1 min read

ନୂଆଦିଲ୍ଲୀ : ମାତ୍ର ୫ ମିନିଟ୍‌ ମଧ୍ୟରେ ଆଉ କିଛି ଭାବିବା ଆଗରୁ ସ୍ୱପ୍ନ ହୋଇଗଲା ଚୁରମାର୍ । ବିମାନ ଜଳିବାବେଳେ ଆକାଶ ଧୁଆଁ ମୟ ହୋଇ ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ମିଶାଇ ପ୍ରାୟ ୭୨ଜଣଙ୍କ ଜୀବନ ଚାଲିଯାଇଛି ।

ଗତକାଲି କାଠମାଣ୍ଡୁରୁ ପୋଖରା ପହଁଚିବାକୁ ମାତ୍ର ୨୫ମିନିଟ୍ ସମୟ ଲାଗିଥାଏ । ବିମାନ ଉଡିବାର ୨୦ ମିିନିଟ ବି ଅତିକ୍ରମ କରିସାରିଥିଲା । ଆଉ ମାତ୍ର କିଛି ସମୟ ଭିତରେ ପୋଖରାରେ ଅବତରଣ କରିଥାନ୍ତା । ଦୁର୍ଘଟଣାଗସ୍ତ ବିମାନରେ କୋ-ପାଇଲଟ ଥିବା ଅଞ୍ଜୁ ଖତିବାଡା ଏହି ବିମାନରେ କୋ ପାଇଲଟ ଭାବେ ତାଙ୍କ ଶେଷ ଉଡାଣ କରିଥିଲେ । ଆଜି ଯଦି ଅଞ୍ଜୁ ଠିକ୍ ଠାକ ଭାବେ ବିମାନକୁ ଲ୍ୟାଣ୍ଡିଂ କରିଥାନ୍ତେ ତେବେ ସେ ଜଣେ କ୍ୟାପଟେନ ଭାବେ ନିଯୁକ୍ତି ପାଇଥାନ୍ତେ । ଏହି କାରଣରୁ ସେ ବରିଷ୍ଠ ପାଇଲଟ ଓ ଟ୍ରେନର କମଲ କେସିଙ୍କ ସହ ଉଡାଣରେ ଯାଇଥିଲେ ।

୧୬ ବର୍ଷ ତଳେ ଅଞ୍ଜୁ କାଠିୱାଡାଙ୍କ ବିମାନ ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇଥିଲେ। ତଥାପି ସେ ହାର ନମାନି ନିଜ ସ୍ୱପ୍ନ ପୂରଣ କରିବାକୁ ଆଗକୁ ବଢ଼ିଥିଲେ। ଲକ୍ଷ୍ୟ ଥିଲା ବିମାନର ପାଇଲଟ ବନିବେ। ପାଇଲଟ ହେବା ପୂର୍ବରୁ ସେ କୋ-ପାଇଲଟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କୋ-ପାଇଲଟ ଭାବେ ସଫଳତାର ସହ କାମ ମଧ୍ୟ କରିଥିଲେ। ରବିବାର ତାଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଥିଲା। ସେ ରବିବାର ଦିନ ୧୧ଟାରେ ପାଇଲଟ ଭାବେ ଲାଇସେନ୍ସ ମଧ୍ୟ ପାଇଥାଆନ୍ତେ। ଏଥିପାଇଁ ଅଞ୍ଜୁ ବେଶ ଖୁସି ଥିଲେ। ସେ କୋ-ପାଇଲଟ ଥିବା ବିମାନଟି ଲ୍ୟାଣ୍ଡ କରିବା ମାତ୍ରେ ତାଙ୍କୁ ପାଇଲଟ ଲାଇସେନ୍ସ ଦିଆଯାଇଥାଆନ୍ତା।

ଜଣେ ପାଇଲଟ ହେବାକୁ ହେଲେ ତାଙ୍କୁ ଅତି କମରେ ୧୦୦ ଘଣ୍ଟାର ସଫଳ ବିମାନ ଉଡାଣ କରିବାକୁ ପଡିଥାଏ । କୋ-ପାଇଲଟ ଅଞ୍ଜୁ ଏହା ପୂର୍ବରୁ ସଫଳତାର ସହ ନେପାଳର ସବୁ ବିମାନବନ୍ଦରରେ ବିମାନ ଲ୍ୟାଣ୍ଡିଂ କରିସାରିଥିଲେ । ଆଜି ପୋଖରା ଅଭିମୁଖେ ବିମାନ ଉଡାଣ କରିବା ସମୟରେ ଟ୍ରେନର କମଲ କେସି ଅଞ୍ଜୁଙ୍କୁ ମୁଖ୍ୟ ପାଇଲଟ୍ ସିଟରେ ବସାଇଥିଲେ । ଆଜି ଯଦି ଅଞ୍ଜୁ ସଫଳ ଲ୍ୟାଣ୍ଡିଂ କରିଥାନ୍ତେ ତେବେ ତାଙ୍କୁ କ୍ୟାପଟେନର ଲାଇସେନ୍ସ ମିଳିଥାନ୍ତି । ମାତ୍ର ଦୁଃଭାଗ୍ୟ କାରଣରୁ ଲ୍ୟାଣ୍ଡିଂ କରିବାର ମାତ୍ର ୧୦ ସେକେଣ୍ଡ ଆଗରୁ ଅଞ୍ଜୁଙ୍କର ସମସ୍ତ ସ୍ୱପ୍ନ ସହ ଜୀବନବି ଜଳିଗଲା ।

୨୦୦୬ ମସିହା ଜୁନ ୨୧ରେ ୟେତି ଏୟାରଲାଇନ୍ସର ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଏମାନଙ୍କ ମଧ୍ୟରେ ଅଞ୍ଜୁଙ୍କ ସ୍ୱାମୀ ଦୀପକ ରହିଥିଲେ। ଦୀପକଙ୍କ ମୃତ୍ୟୁ ପରେ ଅଞ୍ଜୁ ମଧ୍ୟ ବିମାନ ଚଳାଇବା ତାଲିମ ନେଇଥିଲେ। ଏଥିସହ କୋ-ପାଇଲଟ ଭାବେ ୟେତି ଏୟାରଲାଇନ୍ସରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *