Pratidin TV

Odisha's Digital News Platform

(ଭିଡିଓ)ନେପାଳ ବିମାନ ଦୁର୍ଘଟଣା : କ୍ରାସ୍ ପୂର୍ବରୁ ଚାଲିଥିଲା ଲାଇଭ୍ ଭିଡିଓ ହଠାତ୍ ..

1 min read

ନୂଆଦିଲ୍ଲୀ : କୁହନ୍ତିନି ମରଣ କାହାକୁ ଜଣାଇକି ଆସେନା, ହଠାତ୍ ଆସେ ଆଉ ଚମାକଇଦିଏ ଆପଣାର ଲୋକକୁ । ଗତକାଲି ମଧ୍ୟ ନେପାଳରେ ଘଟିଥିବା ବିମାନ ଦୁର୍ଘଟଣା ଏଭଳି କିଛି ହୋଇଥିଲା ।ମାତ୍ର ୨୫ ମିନିଟ୍‌ର ଯାତ୍ରରୁ ୨୦ ମିନିଟ୍ ଚାଲିଯାଥିଲା । ୫ ମିନିଟ୍‌ର ଲ୍ୟାଣ୍ଡିଂ ସମୟରେ ଜଗିରହିଥିଲା ମୃତ୍ୟୁ । ହସ,ଖୁସି,ମଜା,ଭିତରେ ଚାଲିଥିଲା ଫ୍ଲାଇଟ୍ ଲୋକମାନେ ନିଜ ନିଜ ଗପରେ ବ୍ୟସ୍ତଥିଲେ । କିଏ ନିଜର ଲୋକସହ ଗପମାରୁଥିଲା ତ ଆଉ କିଏ ଫଟୋ ଉଠାଉଥିଲା ପୁଣି କିଏ ଫେସବୁକ୍ ଯାଇ ଲାଇଭ୍ କରୁଥିଲା । କିଏ କଣ ଜାଣିଥିଲା ଏମିତି ଅଧା ରସ୍ତାରୁ ମୃତ୍ୟୁ ତାଙ୍କୁ ଜଗି ବସିଥିବ ବୋଲି । ପ୍ଲେନ୍‌ଟି ଠିକ୍ ଲ୍ୟାନ୍‌ଡି ସମୟରେ ହିଁ କ୍ରାସ୍ କରିଥିଲା । କିନ୍ତୁ ଭିତରର ଦୃଶ୍ୟ ଆଉ ଲୋକମାନଙ୍କ ଅବସ୍ଥା କାହାକୁ ଜଣାନଥିଲା ।

ଆଜି କିନ୍ତୁ ସାମ୍ନାକୁ ଆସିଛି ଏହି ବିଭତ୍ସ ହୃଦୟଥରା ମୃତ୍ୟୁର ଦୃଶ୍ୟ । ଯାହା ଆପଣଙ୍କୁ ବିଚଳିତ କରିଦେଇପାରେ । କ୍ରାସ୍ ହେବାର କିଛି ମିନିଟ୍ ପୂର୍ବରୁ ବିମାନ ମଧ୍ୟରେ ସବୁ ଠିକ୍ ଠାକ୍ ଥିଲା ।ସେହି ସମୟରରେ ଉତ୍ତରପ୍ରଦେଶର ଜଣେ ଯୁବକ ଫେସବୁକ୍ ଲାଇଭ୍ ଆରମ୍ଭ କରିଥିଲେ । ସେ ମଧ୍ୟ ଜାଣିନଥିଲେ ଆଜି ତାଙ୍କର ସେହି ଲାଇଭ୍ ଭିଡିଓ ତ ଥିବ କିନ୍ତୁ ସେ ନଥିବେ । ଉତ୍ତରପ୍ରଦେଶରରୁ ୪ ଜଣ ଯୁବକ ବିମାନ ମଧ୍ୟରେ ଥିଲେ । ସୋନୁ ଜୈସୱାଲ, ଅନୀଲ ରାଜଭର, ବିଶାଳ ଶର୍ମା ଓ ଅଭିଷେକ ସିଂ ଖୁସଓ୍ୱାଲ୍। ତ୍ତରପ୍ରଦେଶର ସୋନୁ ଜୈସୱାଲ ତାଙ୍କର ଫେସବୁକର ଲାଇଭ କରୁଥିଲେ। ଏହି ଭିଡିଓ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଦେଶର କିଛି ବଡ଼ ବଡ଼ ସାମ୍ବାଦିକ ଭିଡିଓକୁ ନେଇ ଟ୍ୱିଟ୍ କରିଛନ୍ତି।
ଉତ୍ତରପ୍ରଦେଶ ଗାଜିପୁରର ୪ ଜଣ ଯୁବକ ଗତ ୧୩ ତାରିଖରେ କାଠମାଣ୍ଡୁ ପଶୁପତିନାଥ ମନ୍ଦିରରୁ ପୂଜା କରି ପୋଖରା ଯାଉଥିଲେ। ପାରା ଗ୍ଲାଇଡିଂ କରିବାକୁ ପୋଖରା ଏୟାପୋର୍ଟରେ ବିମାନ ଅବତରଣ କରିବା ପୂର୍ବରୁ ସୋନୁ ଫେସବୁକ ଭିଡିଓ ଲାଇଭ୍ କରୁଥିଲେ।

ତାଙ୍କ ଲାଇଭ୍‌ରେ ହିଁ ବିମାନ ଭିତରରେ ଘଟିଥିବା ଭୟଙ୍କର ଘଟଣା ରେକର୍ଡ ହୋଇଛି । ଖୁସି ମଜାକରେ ବିମାନ ଭିତରେ ଲାଇଭ୍ କରୁଥିଲେ ମାତ୍ର ୨ ମିନିଟ୍ ମଧ୍ୟରେ ଦୋହଲିବାକୁ ଲାଗିଥିଲା ବିମାନ ତାପରେ ହଠାତ୍ ବୁମ୍ କରି ଏକ ସାଉଣ୍ଡ ଶୁଭିବାପରେ , ଲାଇଭ୍ ଭିଡିଓରେ ସବୁ ଲାଲ୍ ହୋଇଯାଇଥିଲା । ବିମାନ୍ ଫାଟିଯାଇ ହୁତୁହୁତୁ ହୋଇ ଜଳିବା ସହ ଶୁଭୁଛି ଆତ୍ତ ଚିତ୍କାର । ଯାହାର ଭିଡିଓ ସୋସିଆଲ ଭାଇରାଲ ହେବାରେ ଲାଗିଛି । ମାତ୍ର କିଛି ମିନିଟ୍‌ରେ ହିଁ ଦୋହଲିଗଲା ୭୨ ଜଣଙ୍କ ଜୀବନ । ନିଆଁରେ ପୋଡି ପାଉଁସ ହୋଇଗଲେ ୭୨ ଜଣ ଲୋକ । ସୋନୁଙ୍କର ଶେଷ ଲାଇଭ୍ ଭିଡିଓ ଦେଖଇଥିଲା ମୃତ୍ୟୁର ଭୟଙ୍କ ଦୃଶ୍ୟ ଯାହାକୁ ନା କେହି ଭୁଲିପାରିବେ ନା ମନରୁ ଲିଭାଇପାରିବେ ।

Leave a Reply

Your email address will not be published. Required fields are marked *