Pratidin TV

Odisha's Digital News Platform

ପ୍ରେମ କଲା ବାୟା ; ବିବାହ ପୂର୍ବରୁ ପିଉସୀକୁ ନେଇ ଫେରାର୍ ମାରିଲା ପୁତୁରା ….

ପ୍ରେମ କଲା ବାୟା ନାବାଳିକା ପିଉସୀକୁ ନେଇ ଫେରାର୍ ମାରିଲା ପୁତୁରା । ତେବେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶ ମୌଦହା ଥାନା ର କୋତବାଲି ରୁ ସାମ୍ନାକୁ ଆସିଚି । ସୂଚନା ଅନୁଯାୟୀ ମାର୍ଚ୍ଚ ୨୧ତାରିଖ ଦିନ ନାବାଳିକା ନିଖୋଜ ହୋଇଯାଇଥିବା ବେଳେ କୋଟୱାଲି ପୋଲିସକୁ ଅଭିଯୋଗ ଦେଇ ପେରିବାର ସଦସ୍ୟ କହିଛନ୍ତି ଯେ ଗାଁର ଜଣେ ଯୁବକ ତାଙ୍କ ସାଙ୍ଗମାନଙ୍କ ସହ ତାଙ୍କ ନାବାଳିକା ଝିଅକୁ ଅପହରଣ କରିନେଇଛି । ଆଉ ସେ ଯୁବକ ଜଣଙ୍କ ସର୍ମ୍ପକରେ ଝିଅର ପୁତୁରା ହେବ ।

ଅଭିଯୋଗ ଅନୁଯାୟୀ , ଗାଁର ଅଜୟ ନିଶାଦ ଜଣେ ୧୬ ବର୍ଷର ନାବାଳିକାକୁ ଅପହରଣ କରିନେଇଛି। ଅଜୟଙ୍କ ବିଷୟରେ କୁହାଯାଉଛି ଯେ ସେ ଏପ୍ରିଲ ୨୧ ରେ ବିବାହ କରିବେ, କିନ୍ତୁ ବିବାହ ପୂର୍ବରୁ ମଧ୍ୟ ସେ ୧୬ ବର୍ଷର ନାବାଳିକା ପିଉସୀ କୁ ନେଇ ଫେରାର୍ ହୋଇଯାଇଛି ।

ନିଖୋଜ ନାବାଳିକାଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିବା ସହିତ ଅଭିଯୁକ୍ତ ଯୁବକଙ୍କର ପ୍ରମାଣପତ୍ର ଦେଖାଇ କହିଥିଲେ ଯେ ସେ ମଧ୍ୟ ନାବାଳକ ଏବଂ ପରିବାରର ସମ୍ପର୍କୀୟ । ବର୍ତ୍ତମାନ ପୋଲିସ ଏକ ଅଭିଯୋଗ ପଞ୍ଜୀକୃତ କରିଛି ଏବଂ ତଦନ୍ତରେ ବ୍ୟସ୍ତ ଅଛି। ନାବାଳିକାଙ୍କ ବାପା କୋଟୱାଲୀ ପୋଲିସ ନିକଟରେ ଅଭିଯୋଗ କରୁଥିବାବେଳେ କହିଥିଲେ ଯେ ଯେତେବେଳେ ତାଙ୍କ ଝିଅ ଅପହରଣ ହୋଇଥିଲା, ବଡ ଝିଅ ଘରେ ଥିଲା। ପୀଡିତାଙ୍କ ବାପା ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ଅଭିଯୋଗ ସହିତ ଯୁବକଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଜୀବନରୁ ମାରିଦେବା ନେଇ ଧମକ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *