Pratidin TV

Odisha's Digital News Platform

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ; ସଂସଦରେ ପୁଣି ତାତିଲେ ରାହୁଲ , ଏଭଳି ଜବାବ ରଖିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

1 min read

ସଂସଦରେ ଘନେଇଚି ନିଟ୍ ବିବାଦ । ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଅଷ୍ଟାଦଶ ଲୋକସଭାର ମୌସୁମୀ ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ହିଁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ବିରୋଧୀ। ଏହାକୁ ନେଇ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ କଡ଼ା ବିତର୍କ ହୋଇଥିବା ଦେଖିବାକୁ ମିଳିଛି ।

ଆଜି ରାହୁଲ ଗାନ୍ଧୀ କରିଥିବା ତର୍କ ଉପରେ ନିଜର ନିରବତା ଭାଙ୍ଗିଛନ୍ତି ଶିକ୍ଷାମନ୍ତ୍ରୀ । ରାହୁଲ ଗାନ୍ଧି କହିଥିଲେ, NEET-UG ପ୍ରଶ୍ନପତ୍ର ଲିକ୍ ଉପରେ ଶିକ୍ଷା ମନ୍ତ୍ରୀ ନିଜକୁ ଛାଡ଼ି ଦେଇ ଅନ୍ୟ ସମସ୍ତଙ୍କୁ ଦାୟୀ କରୁଛନ୍ତି, ମୋତେ ଏହା ବି ଲାଗୁନାହିଁ ଯେ, ସେ ଗୃହରେ ଚାଲିଥିବା ବିତର୍କର ମୂଳ ତତ୍ତ୍ୱକୁ ବୁଝୁଛନ୍ତି ବୋଲି।

ଏହାର ପ୍ରତିକ୍ରିୟାରେ ଧର୍ମେନ୍ଦ୍ର କହିଛନ୍ତି ଯେ ମୋତେ କହା ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ । ଯାହା ମୋ ଶିକ୍ଷା ଏବଂ ସଂସ୍କାର, ତାହା ମୋର ସାମାଜିକ ଜୀବନ। ମୁଁ ମୋ ରାଜ୍ୟ ତଥା ଜନତାଙ୍କଠାରୁ ଅନୁମୋଦନ ଲାଭ କରିଛି। ମୋତେ ଗୃହରେ କାହାର ପ୍ରମାଣପତ୍ର ଦରକାର ନାହିଁ।”

ଦେଶର ଜନତା ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି ଏବଂ ଏଠାରେ ମୁଁ ତାଙ୍କ ତରଫରୁ ପ୍ରତିକ୍ରିୟା ରଖୁଛି। ବିରୋଧୀ ଦଳ ନେତା ଯେଉଁପରି ଭାବେ ବର୍ତ୍ତମାନର ପରୀକ୍ଷା ବ୍ୟବସ୍ଥାକୁ ନିରର୍ଥକ କହୁଛନ୍ତି, ତାହା ଦୁର୍ଭାଗ୍ୟଜନକ। ମୁଁ ଏହାକୁ କଡ଼ା ଭାଷାରେ ନିନ୍ଦା କରୁଛି।” ଆଗକୁ କିପରି ପ୍ରଶ୍ନପତ୍ର ଲିକ୍ ନ ହେବ ସେ ଉପରେ ଆମ ସରକାର କାର‌୍ୟ୍ୟ କରୁଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ଆମେ ବିଲ୍ ଆଣିଛୁ। କିନ୍ତୁ କଂଗ୍ରେସ ସରକାର ଥିବାବେଳେ କାହା ଚାପରେ ବିଲ୍ ପ୍ରତ୍ୟାହାର କରି ନେଇଥିଲେ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *