Pratidin TV

Odisha's Digital News Platform

ଅଡୁଆରେ IC 814′ ୱେବ ସିରିଜ , ନେଟଫ୍ଲିକ୍ସ କଣ୍ଟେଣ୍ଟ ହେଡ୍‌ଙ୍କୁ ଆସିଲା ନୋଟିସ ..

ଏବେ ବିବାଦରେ ଫସିଛି ନେଟଫ୍ଲିକ୍ସ !  ଓଟିଟି ପ୍ଲାଟଫର୍ମରେ ୱେବ ସିରିଜ୍‌କୁ ନେଇ ମୁଣ୍ଡ ଟେକିଛି ବିବାଦ ।  ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ସିରିଜ୍ ଆଇସି ୮୧୪ ଦର୍ଶକ ଓ ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । କିନ୍ତୁ ଅନେକ ଅନୁଭବ ସିହ୍ନା ନିର୍ଦ୍ଦେଶିତ ଆଇସି ୮୧୪ ନେଇ ଉଠାଇଛନ୍ତି ଆପତ୍ତି  । ଯାହାପରେ ଏବେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ହସ୍ତକ୍ଷେପ କରିଛି । ନେଟଫ୍ଲିକ୍ସର କଂଟେଟ୍ ହେଡ୍ ଙ୍କୁ ନୋଟିସ କରିଛି ମନ୍ତ୍ରାଳୟ । ସିରିଜରେ କିଛି ବିବାଦୀୟ ଦିଗ ଉପରେ ସ୍ପଷ୍ଟୀକରଣ ମାଗିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସୂଚନାନୁଯାୟୀ ୱେବ୍ ସିରିଜ ଆଇସି ୮୧୪ ୧୯୯୯ ମସିହାର ଏକ ଭାରତୀୟ ବିମାନ ଅପହରଣ ଉପରେ ଆଧାରିତ ।

କାଠମାଣ୍ଡୁରୁ ଦିଲ୍ଲୀ ଆସିବାକୁ ଥିବା ଏକ ଭାରତୀୟ ଯାତ୍ରୀବାହୀ ବିମାନକୁ ପାକ୍ ଆତଙ୍କବାଦୀମାନେ ୧୯୯୯ ମସିହା ଡିସେମ୍ବରରେ କାନ୍ଦାହାର ଅପହରଣ କରି ନେଇଥିଲେ । କିଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଛାଡିବା ପାଇଁ ଦାବି କରିଥିଲେ ଅପହରଣକାରୀ । ୱେବ୍ ସିରିଜ୍ ସେହି ଘଟଣା ଉପରେ ଆଧାରିତ ହୋଇଥିଲେ ମଧ୍ୟ କିଛି ଅପହରଣକାରୀଙ୍କ ପ୍ରକୃତ ନାଁ ଗୋପନ ରଖିବା ପାଇଁ ଉଦ୍ୟମ ହୋଇଛି ବୋଲି ଅଭିଯୋଗ ହୋଇଛି । ଏଥିପାଇଁ ୱେବ ସିରିଜ୍ ଏବେ ବିବାଦ ଘେରରେ । ପାକିସ୍ତାନୀ ଅପହରଣକାରୀଙ୍କ ନାଁ କାହିଁକି ଗୋପନ ରଖାଯାଇଛି ବୋଲି ପ୍ରଶ୍ନ ହୋଇଛି । ସୋସିଆଲ ମିଡିଆରେ ୱେବ ସିରିଜ୍‌କୁ ପ୍ରବଳ ବିରୋଧ କରାଯାଇଛି ।

ବୟକଟ ଗ୍ୟାଙ୍ଗ୍ ସକ୍ରିୟ ହୋଇଛନ୍ତି । ନେଟଫ୍ଲିକ୍ସ –ବଲିଉଡ୍ ବୟକଟ୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ଆଇସି ୮୧୪ ୱେବସିରିଜରେ ଅପହରଣକାରୀମାନେ ନିଜର ପ୍ରକୃତ ନାଁ ବଦଳରେ କୋଡ୍ ନେମ୍ ବ୍ୟବହାର କରୁଛନ୍ତି । ଆତଙ୍କବାଦୀମାନଙ୍କୁ ସିରିଜରେ ବର୍ଗର, ଚିଫ୍‌, ଡକ୍ଟର, ଶଙ୍କର ଓ ଭୋଲା ନାଁରେ ନାମିତ କରାଯାଇଛି । ମୁସଲିମ ଆତଙ୍କବାଦୀଙ୍କୁ ହିନ୍ଦୁ ନାଁ କାହିଁକି ଦିଆଯାଇଛି ବୋଲି ମଧ୍ୟ ଅନେକ ଆପତ୍ତି ଉଠାଇଛନ୍ତି । ଏଥିପାଇଁ ନେଟଫ୍ଲିକ୍ସ ସମେତ ୱେବସିରିଜର ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ସୋସିଆଲ ମିିଡିଆରେ କଡା ସମାଲୋଚନା କରାଯାଉଛି । ଏହି ବିବାଦରେ ବିଜେପିର ବି ଏଂଟ୍ରି ହୋଇଛି । ନିର୍ଦ୍ଦେଶକ ଅନୁଭବ ସିହ୍ନା ଜାଣିଶୁଣି ଆତଙ୍କବାଦୀଙ୍କ ମୁସଲିମ ପରିଚୟ ହିନ୍ଦୁ ନାଁ ଦ୍ୱାରା ଲୁଚାଇବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

Leave a Reply

Your email address will not be published. Required fields are marked *