Pratidin TV

Odisha's Digital News Platform

ଆସ୍ଥମା ରୋଗୀଙ୍କ ପାଇଁ ଖୁସିଖବର: ଗ୍ଲେନମାର୍କ ଆଣୁଛି ଫିକ୍ସଡ ଡୋଜ୍ କମ୍ବିନେଶନ୍‌

1 min read

ଭୁବନେଶ୍ୱର : ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ଲିମିଟେଡ ଏକ ଅଭିନବ ପରିଚାଳିତ ଗ୍ଲୋବାଲ ଫାର୍ମାସ୍ୟୁଟିକାଲ କଂପାନି ଏକ ଅତ୍ୟାଧୁନିକ ଫିକ୍ସଡ ଡୋଜ କମ୍ବିନେଶନ ଡ୍ରଗ-ଇଣ୍ଡାକାଟେରାଲ + ମୋମେଟାସୋନ ଆରମ୍ଭ କରିଛି । ଏହା ଭାରତରେ ଆଜମା ରୋଗଗୀଙ୍କୁ ବହୁ ସହାୟକ ହେବ । କଂପାନିର ଏହି ଔଷଧ ତିନୋଟି ଶକ୍ତିରେ ଉପଲବ୍ଧ ହେବ, ଯାହାର ସ୍ଥିର ମାତ୍ରା ଇଣ୍ଡାକାଟେରୋଲ ୧୫୦ଏମସିଜି ଓ ମେମେଟାସୋନ ୮୦ଏମସିଜି ଓ ୩୨୦ଏମସିଜିର ପରିବର୍ତନ କରାଯାଇ ପ୍ରତିଦିନ ଥରେ ଦିଆଯିବ ।

ଏହାର ବିକାଶ ସଂପର୍କରେ ଗ୍ରୁପ ଉପାଧ୍ୟକ୍ଷ ତଥା ମୁଖ୍ୟ, ଇଣ୍ଡିଆ ଫର୍ମୁଲେଶନସ- ଗ୍ଲେନମାର୍କର ଆଲୋକ ମଲିକ କହିଛନ୍ତି ଯେ ଶ୍ୱାସ ରୋଗୀଙ୍କ ପାଇଁ ଗ୍ଲେନମାର୍କର ଏହି ସ୍ୱତନ୍ତ୍ର ଧ୍ୟାନ ପ୍ରଦାନ ଓ ରୋଗୀଙ୍କୁ ନୂତନ ଚିକିତ୍ସା ବିକଳ୍ପ ଯୋଗାଇବାରେ ସାହାଯ୍ୟ କରିବ । ଆମେ ଏହି ଆଧୁନିକ ଫିକ୍ସଡ ଡୋଜ ମିଶ୍ରଣ ଇଣ୍ଡେମେଟକୁ ଉପସ୍ଥାପନ କରିପାରିଥିବାରୁ ଗର୍ବିତ, ଯାହା ଭାରତରେ ପ୍ରଥମ । ଉଭୟ ବୟସ୍କ ଓ ୧୨ ବର୍ଷ ବୟସର କିଶୋରମାନଙ୍କୁ ଅନିୟନ୍ତ୍ରିତ ଆଜମା ରୋଗରୁ ସୁରକ୍ଷା ପ୍ରଦାନ କରିବାରେ ଏହା ସାହାଯ୍ୟ କରିବ ।ଗ୍ଲେନମାର୍କ ହେଉଛି ଭାରତର ପ୍ରଥମ କଂପାନି ଯିଏକି ଅଭିନବ ଇଣ୍ଡାକାଟେରାଲର ଏଫଡିସି ଏକ ଦୀର୍ଘ କାର୍ଯ୍ୟକାରୀ ବେଟା ଆଗୋନିଷ୍ଟାଣ୍ଡ ଓ ମେମୋଟାସୋନ ଫ୍ୟୁରୋଟେ ଇନହାଲେଡ କର୍ଟିକୋଷ୍ଟରଏଡକୁ ଡିସିଜିଆଇ ଦ୍ୱାରା ଅନୁମୋଦନ ମିଳିଛି ।

Advertisement

ଆଜମା ହେଉଛି ଏକ ପ୍ରମୁଖ ଅଣ ସଂକ୍ରମାକ ରୋଗ ଯାହା ଫୁସଫୁସରେ କ୍ଷୁଦ୍ର ବାୟୁପଥରେ ପ୍ରଦାହ ଓ ସଂକୀର୍ଣ୍ଣତା ସୃଷ୍ଟି କରି ଉଭୟ ଶିଶୁ ଓ ବୟସ୍କଙ୍କୁ ଆକ୍ରାନ୍ତ କରିଥାଏ । ଆଜମା ଭାରତରେ ୩୪ ନିୟୂତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ ଯାହା ଦ୍ୱାରା ପ୍ରତିବର୍ଷ ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ଇନିଷ୍ଟିଚ୍ୟୁଟ ଫର ହେଲଥ ମେଟ୍ରିକ ଆଣ୍ଡ ଇଭାଲ୍ୟୁସନ ଗ୍ଲୋବାଲ ବର୍ଡନ ଅଫ ଡିଜିଜ ରିପୋର୍ଟ ଅନୁଯାୟୀ ଆଜମା ୨୭.୯% ଲୋକଙ୍କୁ ଅକ୍ଷମତା ଆଡ଼କୁ ଟାଣି ନେଇଛି । ବିଶ୍ୱରେ ୨ ପ୍ରତିଶତ ତୁଳନାରେ ଭାରତରେ ୩ ପ୍ରତିଶତ ମୃତ୍ୟୁହାର ଦେଖାଦେଉଛି । ଭାରତରେ ପାରଂପାରିକ ଚିକିତ୍ସିତ ରୋଗୀଙ୍କ ଠାରେ ୪୯% ପର୍ଯ୍ୟନ୍ତ ଅନିୟନ୍ତ୍ରିତ ଆଜମା ରହିଛି । ଫୁସଫୁସ କାର୍ଯ୍ୟରେ ଉନ୍ନତି ଆଣିବା, ଲକ୍ଷଣକୁ ନିୟନ୍ତ୍ରଣ କରିବାରେ ଇଣ୍ଡାମେଟ ସାହାଯ୍ୟ କରିବ ବୋଲି ପ୍ରକାଶ ।

Leave a Reply

Your email address will not be published. Required fields are marked *