Pratidin TV

Odisha's Digital News Platform

ଡାକ୍ତରଙ୍କ ଟୀକା ନେଲା ନବଜାତ ଶିଶୁର ଜୀବନ

1 min read

ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗାଁ ର ସିଦ୍ଧାନ୍ତ ରଣା ଙ୍କ ପତ୍ନୀ ଗତକାଲି ଏକ ଶିଶୁ କନ୍ୟା ଟିକୁ ଜନ୍ମ ଦେଇଥିଲେ। ପରେ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଆଣି ମା ଓ ଶିଶୁ କନ୍ୟା କୁ ଭର୍ତ୍ତି କରିଥିଲେ। ଆଜି ଦିନ ସାରା ଶିଶୁ କନ୍ୟା ଟି ଠିକ୍ ଥିଲା କିନ୍ତୁ ମିଳିମିଳା ଟୀକା ଦେବା ପରେ ଠିକ୍ ଦୁଇ ଘଣ୍ଟା ପରେ ଶିଶୁ କନ୍ୟା ର ଜୀବନ ଚାଲିଗଲା।

ଶିଶୁ ର ମା, ବାପା ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ଆଜି ଶିଶୁ ର ଜୀବନ ଯାଇଛି। ଗତ କାଲିଠାରୁ ନା ଡାକ୍ତର ନା ନର୍ସ କେହି ବି ଦେଖିବା ପାଇଁ ଆସି ନାହାଁନ୍ତି। ୫t ନାଁ କୁ ମାତ୍ର ନା ଠିକ୍ ସେ ଫେନ୍ ଚାଲୁଛି ନା ନର୍ସ ଅଛନ୍ତି। ନର୍ସ ରୁମ୍ ରେ ତାଲା ପଡିଛି।

ଅନ୍ୟପଟେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ର ନର୍ସ ଯୋବା ମଣି ଟୁଡୁ ଡକ୍ଟର ଓ ନର୍ସ ନାହାଁନ୍ତି ଆମେ ଏତେ ରୋଗୀ ଦେଖିବୁ କିମିତି କହିଛନ୍ତି। ନ୍ୟାୟ ପାଇଁ ପାଟି ତୁଣ୍ଡ ହେଉଥିବାରୁ ରାଇରଙ୍ଗପୁର ଟାଉନ୍ ଥାନାର ଆଇ ଆଇ ସି ସୁଚିନ୍ଦ୍ର ମାହାଲିକ୍ ଘଟଣା ସ୍ଥଳରେ ପହୁଞ୍ଚି ବୁଝା ସୁୁଝା କରୁଛନ୍ତି।

Leave a Reply

Your email address will not be published. Required fields are marked *