Pratidin TV

Odisha's Digital News Platform

ନିର୍ଦୟ ବାପା ମା’ ; ୪ ଦିନର ନବଜାତ ଶିଶୁକୁ ମେଡିକାଲ ବାଥରୁମରେ ଛାଡିଚାଲିଗଲେ

1 min read

ବ୍ରହ୍ମପୁର : ନିଷ୍ଠୁର ବାପା ମା’ । ୪ ଦିନର ନବଜାତ ଶିଶୁକୁ ମେଡିକାଲ ବାଥରୁମରେ ଛାଡିଚାଲିଗଲେ । ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଚାରି ଦିନର ନବଜାତ ଶିଶୁଙ୍କୁ ନିଜର ବାପା ମା ହସପିଟାଲର ଶୌଚାଳୟରେ ଛାଡି ପଳାଇଥିଲେ । ଏଭଳି ଘଟଣା ଘଟିଥିଲା ବ୍ରହ୍ମପୁର ସହରର ନୂଆଁ ବସଷ୍ଟାଣ୍ଡ ରୋଡଠାରେ ଥିବା ସ୍ମାର୍ଟ ହସପିଟାଲରେ ।

ତେବେ ଏକ ନବଜାତ ଶିଶୁ ଦୁଇ ଦିନ ହେଲା ମେଡିକାଲର ବାଥରୁମରେ ଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ପରେ ବୈଦ୍ୟନାଥପୁର ଥାନା ପୋଲିସ ଚାଇଲଡ ଲାଇନର ସହାୟତାରେ ଶିଶୁଟିକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁଇ ଦିନ ଧରି ମେଡିକଲାରେ ଥିବା ଶିଶୁଟି କୌଣସି ଖାଦ୍ୟ ନଖାଇ ରହିଥିବା ବେଳେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ରହିଥିଲା ।

Advertisement

ସେପଟେ ଏନେଇ ପୋଲିସ ତଦନ୍ତ କରିବା ସହ ଘଟଣାରେ ହସ୍ତକ୍ଷେପ କରି ଶିଶୁଟିର ବାପା ଓ ମାଙ୍କୁ ଖବର ଦେବା ପରେ ଉଭୟ ବୈଦ୍ୟନାଥପୁର ଥାନାରେ ପହଞ୍ଚିଥିଲେ ଓ ପୁଣି ଶିଶୁଟିକୁ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ନବଜାତ ଶିଶୁ ପୁତ୍ରଟି ବିକଳାଙ୍ଗ ଓ ବିଭିନ୍ନ ସମସ୍ୟା ଥିବା ନେଇ ଜାଣିବାକୁ ପାଇବା ପରେ ସେମାନଙ୍କ ଆର୍ଥିକସ୍ଥିତି ଭଲ ନଥିବା ନେଇ ଉଭୟ ମେଡିକାଲ ବାଥରୁମରେ ରଖି ପଳାଇଥିଲେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *