ଅଖା ବସ୍ତାରୁ ନବଜାତ ଉଦ୍ଧାର ..
1 min readଭୁବନେଶ୍ୱର : ପୁଣି ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା । ଅଲୋଡା ହେଲା ନବଜାତ ,ଅଖା ବସ୍ତାରେ ପୁରାଇ ଫିଙ୍ଗିଦେଲେ । ମଣିଷ ଯେତେ ଆଧୁନିକତା ଆଡକୁ ଗତିକଲେ ମଧ୍ୟ ଆଜିବି କିଛି ମଣିଷମାନଙ୍କ ମାନସିକ ସଂକିର୍ଣ୍ଣତା ଲୋପ ପାଇନି । ଭୃ ।ହତ୍ୟ ଠାରୁ ନାରୀ ନିର୍ଯ୍ୟତନା ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ମାଳ ମାଳ ଘଟଣା । କିନ୍ତୁ ଏସବୁ ଭିତରେ ମଣିଷ ସମାଜକୁ ଅବାକ୍ କରିଛି ସେଇ ମଣିଷ । ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।
ଖବର ଅନୁଯାୟୀ ଆକି ନନ୍ଦନକାନନ ଥାନା ସମ୍ମୁଖ ବ୍ରିଜ୍ ତଳୁ ଏକ ଅଖାବସ୍ତାରୁ ନବ ଜନ୍ମିତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଶିଶୁଟିର ନାହି ନାଡ଼ ଲାଗିଥିବାବେଳେ କେହି ଜନ୍ମିତ ଶିଶୁ କନ୍ୟାକୁ ଅଖାରେ ପୁରେଇ ଫିଙ୍ଗି ଦେଇଥିବା ଅନୁମାନ କରି ପୋଲିସକୁ ଖବର ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଶିଶୁକନ୍ୟାଟିକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ପରେ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ବସ୍ଥା ଯାଞ୍ଚ କରାଯାଇ ପୋଲିସ ହେପାଜତରେ ଅନାଥ ଆଶ୍ରମକୁ ହସ୍ତାନ୍ତର କରାଯାଇଛି । ଶିଶୁ କନ୍ୟାଟିର ବାପା ମାଙ୍କ ପରିଚୟ ଏଯାଏଁ ମିଳିପାରିନି ।
ନନ୍ଦନକାନନ ଥାନା ପକ୍ଷରୁ ଶିଶୁର ପରିବାର ଠାବ କରିବା ପାଇଁ ତଦନ୍ତ ଚାଲିଛି । ଉଲ୍ଲେଖ ଥାଉ କି ଗତ ମାସରେ ମଧ୍ୟ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଅଞ୍ଚଳରେ ଏକ ନବଜାତ ଶିଶୁକନ୍ୟା ଶିଶୁକନ୍ୟା କୁ ଉଦ୍ଧାର ହୋଇଥିଲା । ଭଗବାନପୁର ନିବାସୀ ପବିତ୍ର କୁମାର ଦାସ ଘାସ କାଟୁଥିବା ବେଳେ ପାଖରେ ଥିବା ନର୍ଦ୍ଦମା ପାଖରୁ ଛୋଟ ପିଲାର କାନ୍ଦ ଶୁଣିଥିଲେ। ନବଜାତ ଶିଶୁକନ୍ୟା ଗୋଟିଏ ବସ୍ତାରେ ବନ୍ଧା ହୋଇ ପଡ଼ିରହିଥିଲା। ଶିଶୁକୁ ଉଦ୍ଧାର କରି ସେ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଶିଶୁର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଘରୋଇ ହସ୍ପିଟାଲରୁ ଶିଶୁକନ୍ୟାକୁ ରାଜଧାନୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।