Pratidin TV

Odisha's Digital News Platform

ଅର୍ଦ୍ଭୁତ ଶିଶୁକନ୍ୟା : ନବଜାତ ଶିଶୁର ରହିଛି ୪ ଟି ଗୋଡ

ନୂଆଦିଲ୍ଲୀ : ଆପଣମାନେ ପୂର୍ବରୁ ନବଜାତ ଶିଶୁମାନଙ୍କୁ ନେଇ ଅନେକ ଆଶ୍ଚର୍ଯ୍ୟକର ଘଟଣା ଶୁଣିଥିବେ । କାହର ମୁଣ୍ଡ ଯୋଡି ହୋଇଥିବ ତ ଆଉ କାହାର ଦେହ । ଏଠି କିନ୍ତୁ ନବଜନ୍ମିତ ଶିଶୁର ରହିଛି ୪ଟି ଗୋଡ । ଯାହାକୁ ଦେଖିବା ପରେ ଶିଶୁଟିର ମାଁ ନିଜେ ବେହୋସ ହୋଇଯାଇଥିଲେ । ଏହି ଖବର ଟି ପ୍ରଚାର ହେବା ପରେ ବର୍ତ୍ତମାନ ଶିଶୁକନ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ ଘଟଣାଟି ମଧ୍ୟପ୍ରଦେଶ ଗାଲ୍ୱିୟର ଜିଲ୍ଲାର ଘଟଣା ଅଟେ ।ଏହି ଜିଲ୍ଲାର ସିକନ୍ଦର କାମ୍ପୌ ନାମକ ଅଞ୍ଚଳରେ ଆରତୀ କୁଶୱା ନାମକ ଜଣେ ମହିଳା ବୁଧବାର ଦିନ କମାଲା ରାଜା ହସ୍ପିଟାଲରେ ଗୋଟିଏ ଶିଶୁକନ୍ୟାକୁଜ୍ନ୍ ଦେଇଥିଲେ । ତେବେ ଜନ୍ମ ଦେଇଥିବା ଶିଶୁ କନ୍ୟାଟିର ୨ ଟି ପରିବର୍ତ୍ତେ ୪ଟି ଗୋଡ ଦେଖି ଡାକ୍ତର ନିଜେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଏହାପରେ ଶିଶୁଟି ମାଁ ମଧ୍ୟ ନିଜ ଶିଶୁର ଏପରି ଅବସ୍ଥା ଦେଖି ବେହୋସ ହୋଇଯାଇଥିଲେ ।

ତେବେ ଡାକ୍ତରଙ୍କ ସୂଚନା ଅନୁ୍‌୍‌ଯାୟୀ ୪ ଗୋଡିଆ ଶିଶୁକନ୍ୟାର ଓଜନ ୨.୩ କେଜି ଥିବା ବେଳେ ସେ ବର୍ତ୍ତମାନ ଯାଏ ସୁସ୍ଥ ମଧ୍ୟ ରହିଛି । ଏନେଇ ଗାଲ୍ୱିୟାରର ମୁଖ୍ୟ ଚିକିତ୍ସାଳୟ ଜୟ ଆରୋଗ୍ୟ ହସ୍ପିଟାଲରେ ଶିଶୁଟିର ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା କରାଯାଇଛି ।

ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡା ଆରକେଏସ୍ ଧାକଡ୍‌ଙ୍କ କହିବା ଅନୁଯାୟୀ ଶିଶୁଟିର ୪ଟି ଗୋଡ ରହିବା ପଛରେ କାରଣ – କିଛି ଭୃଣ ମାତୃ ଗର୍ଭରେ ଥିବା ସମୟରେ ବେଳେବେଳେ ଅତିରିକ୍ତ ବଢ଼ିଥାଏ। ଏହାକୁ ଡାକ୍ତରୀ ଭାଷାରେ ଓଗ୍ଦମଷସକ୍ଟକ୍ଟ୍ରବଶଙ୍କଗ୍ଦ କୁହାଯାଏ। ମାତୃଗର୍ଭରେ ଶରୀର ଦୁଇ ଭାଗରେ ବିକଶିତ ହୋଇଥାଏ, ଅଣ୍ଟାରୁ ତଳକୁ ଓ ଅଣ୍ଟାରୁ ଉପରକୁ। ଏ କ୍ଷେତ୍ରରେ ଭୃଣ ଶିଶୁକନ୍ୟାର ଅଣ୍ଟାରୁ ତଳକୁ ଅତିରିକ୍ତ ଦୁଇଟି ଗୋଡ଼ ବିକଶିତ ହୋଇଯାଇଛି। କିନ୍ତୁ ତାହା ସମ୍ପୂର୍ଣ୍ଣ ରୂପେ ଅଚଳ ଅଛି । ଏହା ସହ ଡାକ୍ତରୀଟିମ୍ ଶିଶୁଟିର ଅନ୍ୟାନ ପରୀକ୍ଷା ଚଲାଇଛନ୍ତି । ସବୁ ରିପୋର୍ଟ ଯଦି ନର୍ମାଲ ଆସେ ତେବେ ଅପରେସନ କରି ଶିଶୁଟିର ଅତିରିକ୍ତ ୨ ଟି ଗୋଡକୁ ବାହାର କରିଦିଆଯିବ । ଯାହାଫଳରେ ସେ ଭବିଷ୍ୟତରେ ସ୍ୱାଭାବିକ ଜୀବନଯାପନ କରିପାରିବ ।

Leave a Reply

Your email address will not be published. Required fields are marked *