Pratidin TV

Odisha's Digital News Platform

ଜନ୍ମପରେ ଶିଶୁକନ୍ୟାକୁ ୧୦ ହଜାରରେ ଡିଲ୍ ! ମୁହଁ ଖୋଲିଲେ ବାପା ମା’

1 min read

ବାଲେଶ୍ୱର : ଜନ୍ମ ପରେ ଶିଶୁ କନ୍ୟାକୁ ହସ୍ପିଟାଲରେ ୧୦ ହଜାର ଟଙ୍କାରେ ବିକିଦେଲେ ବାପା ମା’ । ଯେଉଁ ଖବର ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଏନେଇ ଗ୍ରାମବାସୀ ଉଭୟ ବାପା ମା’ଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାଇ ବାଲେଶ୍ୱର ଭୋଗରାଇ ବ୍ଳକ କଖଡା ପଞ୍ଚାୟତ ତଲ୍ଲାଡି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଗତ ୩୧ ତାରିଖ ଦିନ ତଲ୍ଲାଡି ଗ୍ରାମର ମନୋଜଦାସ ଙ୍କ ସ୍ତ୍ରୀ ସୁଷମା ଦାସ ଜଳେଶ୍ଵରପୁର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ଏବଂ ପୁର୍ବ ଯୋଜନା ମୁତାବକ ସମ୍ବଲପୁର ଜିଲ୍ଲା ଅଞ୍ଚଳର ଜୈନିକ ବ୍ୟଙ୍କିଙ୍କ ହାତକୁ ସ୍ୱ-ଇଛାରେ ଝିଅକୁ ଟେକିଦେଇଥିଲେ । କିନ୍ତୁ ଏନେଇ ଯେତେବେଳେ ସୁଷମା ଓ ମନୋଜଙ୍କୁ ପଚରାଯାଇଥିଲା ସେ ନିଜ ସଫେଇରେ କହିଥିଲେ ଯେ ଆମେ ଅଭାବି ଲୋକ ଦେଖୁଛ ଆମ ଘରର ଅବସ୍ଥା କିପରି ଗୋଟେ ୫ ବର୍ଷର ଝିଅକୁ ଚଳାଇବା ମୋ ପକ୍ଷେ କଷ୍ଟ ହୋଇପଡିଛି । କେମିତି ଏହି ନବଜାତକୁ ପାଳନ କରିବି ଏନେଇ ସେ ସ୍ବ-ଇଚ୍ଛାରେ ନବଜାତ ଝିଅକୁ ଦାନ କରିଥିବା କହିଛନ୍ତି । କିନ୍ତୁ ଗ୍ରାମବାସୀଙ୍କ କହିବା ଅନୁଯାଇ ଏହା ଉଭୟ ସ୍ୱାମୀ ସ୍ଥୀଙ୍କ ପୂର୍ବଯୋଜନା ।

ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ତନାଘନା ତଦନ୍ତ ଆରମ୍ଭ କରିଛି ଚାଇଲ୍ଡ ଲାଇନ୍ । ଜଲେଶ୍ୱପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରେଜିଷ୍ଟର ଯାଂଚ କରିବା ପରେ କର୍ମଚାରୀଙ୍କୁ ପଚରା ଉଚୁରା କରୁଛି । ସେପଟେ ତଲାଡ ଗାଁରେ ପହଂଚି ଉଭୟ ମନୋଜ ଓ ସୁଷମାଙ୍କ ବୟାନ ରେକର୍ଡ କରିଛି । ପିଲା ବିକ୍ରି ନେଇ ଗାଁ ଲୋକଙ୍କ ଅଭିଯୋଗ ମଧ୍ୟ ପାଇଛି ଚାଇଲ୍ଡ ଲାଇନ୍ । ସେ ଦିଗରେ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି ଚାଇଲ୍ଡଲାଇନ ସଦସ୍ୟ ।

Leave a Reply

Your email address will not be published. Required fields are marked *