Pratidin TV

Odisha's Digital News Platform

ଟିମ ଇଣ୍ଡିଆ କ୍ରିକେଟ ଟିମର ନୂତନ ବୋଲିଂ କୋଚ ନିଯୁକ୍ତ

1 min read

ଭାରତୀୟ କ୍ରିକେଟ୍ ଦଳକୁ ଆଜି ନୂଆ ବୋଲିଂ କୋଚ୍ ମିଳିଛି | ବିସିସିଆଇ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମୋର୍ନେ ମୋର୍କେଲଙ୍କୁ ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍ ଭାବରେ ନିଯୁକ୍ତ କରିଛି। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ମୋର୍ନେ ମୋର୍କେଲ ଦାୟିତ୍ୱ ଗ୍ରହଣ କରିବେ। ବିସିସିଆଇ ସଚିବ ଜୟ ଶାହା ମୋର୍ନେ ମୋର୍କେଲଙ୍କୁ ବୋଲିଂ କୋଚ୍ ହେବାକୁ ନିଶ୍ଚିତ କରିଛନ୍ତି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ମୋର୍ନେ ମୋର୍କେଲଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ।ତେବେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେଉଛନ୍ତି ଗୌତମ ଗମ୍ଭୀର। ବର୍ତ୍ତମାନ ମୋର୍ନେ ମୋର୍କେଲଙ୍କୁ ବୋଲିଂ କୋଚ୍ ଭାବରେ ନିଯୁକ୍ତ କରାଯାଇଛି। ତେବେ ପୂର୍ବରୁ ଖବର ଆସିଥିଲା ​​ଯେ ଗମ୍ଭୀର ନିଜେ ମୋର୍ନେ ମୋର୍କେଲଙ୍କ ନାମ ସୁପାରିଶ କରିଥିଲେ।

ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ୩୯ ବର୍ଷୀୟ ମୋର୍ନେ ମୋର୍କେଲ ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ ନିଯୁକ୍ତ ହୋଇଛନ୍ତି । ସେପ୍ଟମ୍ବର ୧ରେ ସେ ଟିମ ସହିତ ଯୋଗ ଦେବେ । ବିସିସିଆଇ ସେକ୍ରେଟାରୀ ଜୟ ଶାହ ବୁଧବାର ଏ ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବରୁ ମୂଖ୍ୟ କୋଚ ଗୌତମ ଗମ୍ଭୀର ତାଙ୍କୁ ବୋଲିଂ କୋଚ କରିବା ପାଇଁ ଦାବି କରି ଆସୁଥିଲେ । ପାରସ ମାହାମ୍ବ୍ରେଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ବ୍ୟକ୍ତିଗତ କାରଣ ଯୋଗୁ ମୋର୍କେଲ ଶ୍ରୀଲଙ୍କା ଗସ୍ତରେ ଯୋଗ ଦେଇପାରି ନ ଥିଲେ । ବିିସିସିଆଇ ସାଇରାଜ ବହୁତଲେଙ୍କୁ ବୋଲିଂ କୋଚ କରାଇ ପଠାଇଥିଲେ । ତେବେ ଗମ୍ଭୀର ଏବଂ ମୋର୍ନେ ମୋର୍କେଲ ପୂର୍ବରୁ ମଧ୍ୟ ଏକାଠି କାମ କରିଛନ୍ତି | ଗମ୍ଭୀର ଏବଂ ମୋର୍ନେ ମୋର୍କେଲଙ୍କ ଯୋଡି ଆଇପିଏଲରେ ଲଖନଉ ସୁପର ଜିଆଣ୍ଟସ୍ ପାଇଁ ଏକାଠି କାମ କରିଛନ୍ତି |

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ମୋର୍କେଲ ଦାୟିତ୍ୱ ଗ୍ରହଣ କରିବେ । ପ୍ରଥମ ଟେଷ୍ଟ ୧୯ ସେପ୍ଟମ୍ବରରେ ଚେନ୍ନାଇରେ ଖେଳାଯିବ । ୨୦୦୬ରୁ ୨୦୧୮ ମଧ୍ୟରେ ମର୍କେଲ ୮୬ ଟେଷ୍ଟ, ୧୧୭ ଦିିନକିଆ ଓ ୪୪ ଟି୨୦ ମ୍ୟାଚ ଖେଳିଥିଲେ । ବିଶ୍ୱକପ ୨୦୨୩ରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମର୍କେଲ ବୋଲିଂ କୋଚ ପଦରୁ ଇସ୍ତଫା ଦେଇଥିଲେ । ମୋର୍କେଲଙ୍କ ଉପସ୍ଥିତି ଦଳର ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି ।

ତେବେ ମୋର୍ନେ ମୋର୍କେଲ ଦକ୍ଷିଣ ଆଫ୍ରିକା ପାଇଁ ୨00୬ ରୁ ୨00୮ ମଧ୍ୟରେ ୮୬ ଟେଷ୍ଟ, ୧୧୭ ଦିନିକିଆ ଏବଂ ୪୪ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି | ବର୍ତ୍ତମାନ ଅଷ୍ଟ୍ରେଲିଆରେ ରହୁଥିବା ମର୍କେଲଙ୍କ ସହିତ BCCI କିଛି ଆଲୋଚନା କରିଥିବା କୁହାଯାଇଛି |

Leave a Reply

Your email address will not be published. Required fields are marked *