Pratidin TV

Odisha's Digital News Platform

ନବୀନଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖି ଅଟକି ଗଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରଥମ ଦିନରେ ପ୍ରଥମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | କେବଳ ଦର୍ଶନ ନୁହେଁ ଶ୍ରୀମନ୍ଦିର ୪ ଦ୍ୱାରା ମଧ୍ୟ ଖୋଲାଯାଇଛି | ଏହି ସମୟରେ ବଡ ଦାଣ୍ଡରେ ଯାଉଥିବା ସମୟରେ ମୋହନ ଚରଣ ମାଝୀଙ୍କ ନଜର ପଡିଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପୁରୀ ପରିକ୍ରମା ପ୍ରକଳ୍ପ ଉପରେ |

ସୂଚନା ଅନୁଯାୟୀ, ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କର ସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ୮00 କୋଟି ବ୍ୟୟରେ ପ୍ରକଳ୍ପଟି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ | ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୧ ନଭେମ୍ବର ଆରମ୍ଭ ହୋଇଥିଲା | ଯାହା ୨୦୨୪ ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଥିଲା | ଆଜି ସେହି ପରିକ୍ରମା ପ୍ରକଳ୍ପଟି ଝଲସି ଉଠୁଛି |

ଜଗନ୍ନାଥ ମନ୍ଦିରର ଚାରି ପାଖରେ ନିର୍ମିତ ୭୫ ମିଟର ଲମ୍ବର ମାର୍ଗ, ମେଘନାଥ ପାଚେରୀକୁ ଲାଗି ଚାରି ପାଖରେ କଷି ବିଶ୍ୱନାଥ ମନ୍ଦିର ପରି ପରିକ୍ରମା ମାର୍ଗ ନିର୍ମିତ, ଯାତ୍ରୀଙ୍କ ସୁବିଧା ପାଇଁ ଶୌଚାଳୟ, ଜିନିଷପତ୍ର ସୁରକ୍ଷାରେ ରଖିବାର ସୁବିଧା, ଆଦି ନିର୍ମାଣ କରାଯାଇଛି | ଏହାକୁ ଦେଖି ମୁଖ୍ୟମନ୍ତ୍ର୍ରୀ ମୋହନ ଚରଣ ମାଝୀ ଖୁସି ହେବା ସହ ଶ୍ରୀମନ୍ଦିରର ଉନ୍ନତି ପାଇଁ ଆହୁରି ୫00 କୋଟି ଟଙ୍କାର କର୍ପସ ଫାଂଦବି ନେଇ ଘୋଷଣା କରିଛନ୍ତି |

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ନୂତନ ମନ୍ତ୍ରି ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ୪ଦ୍ୱାର। ଏହି ଦ୍ୱାରା ସମସ୍ତ ଖୋଲିବା ନେଇ ମୋହନ ମାଝୀ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ୱାର ଖୋଲାଯାଇଛି।

Leave a Reply

Your email address will not be published. Required fields are marked *