Pratidin TV

Odisha's Digital News Platform

ଏକା ସାଙ୍ଗରେ ଦେଖା ଦେଲେ ଦୁଇ ଦୁଇଟି ରାମଦେବ ବାବା , ଅସଲି ନକଲି ଚିହ୍ନିବା ହୋଇଗଲା କଷ୍ଟସାଧ୍ୟ….

1 min read

ବାବା ରାମଦେବ , କେବଳ ନାଁ ହିଁ ଯଥେଷ୍ଟ । ସାରା ବିଶ୍ୱରେ ଏ ହେଉଛି ଏକ ପରିଚିତ ନାଁ । ଆଉ ସାରା ବିଶ୍ୱବାସୀ ତାଙ୍କର ଯୋଗକୁ ଆପଣେଇଛନ୍ତି । ତେବେ ପୁଣିଥରେ ବାବା ରାମଦେବଙ୍କ ନାମରେ ସୃଷ୍ଟି ହେବାକୁ ଯାଉଛି ନୁଆ ରେକର୍ଡ । ନ୍ୟୁୟର୍କର ମ୍ୟାଡମ ତୁଷାଦ ମ୍ୟୁଜିୟମରେ ବାବା ରାମଦେବଙ୍କର ପ୍ରତିମୂର୍ତ୍ତି ସ୍ଥାପିତ କରାଯିବ । ମଙ୍ଗଳବାର ଦିନ ଦିଲ୍ଲୀର ଏକ ହୋଟେଲରେ ରାମଦେବ ବାବାଙ୍କର ମହମ ମୂର୍ତ୍ତିକୁ ଉନ୍ମୋଚିତ କରାଯାଇଛି । ତେବେ ପ୍ରଥମ ଭାରତୀୟ ସନ୍ୟାସୀ ଭାବରେ ବାବା ରାମଦେବ ଏଥିରେ ସ୍ଥାନ ପାଇଛନ୍ତି । ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ବାବା ରାମଦେବଙ୍କର ବୃକ୍ଷାସନ ପୋଜ୍ ରେ ବସିଥିବାର ଦେଖିବା ପାଇଁ ମଳିବ ।

ନୁଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ନିଜେ ବାବା ରାମଦେବ ଏହି ପ୍ରତିମୂର୍ତ୍ତିର ଉନ୍ମୋଚିତ କରିଥିଲେ । ଉନ୍ମୋଚିତ ହେବା ପରେ ପ୍ରତିମୂର୍ତ୍ତିକୁ ନ୍ୟୁୟର୍କ ପଠାଯିବ । ତେବେ ଏହି ମୂର୍ତ୍ତିକୁ ଉନ୍ମୋଚିତ କରିବା ପରେ ବାବା ରାମଦେବ ଖୁସି ବ୍ୟକ୍ତ କରି କହିଛନ୍ତି , ଏପରି କାର୍ଯ୍ୟ ଲୋକଙ୍କ ପ୍ରେରଣା ପାଇଁ କରାଯାଉଛି । ଚରିତ୍ରକୁ ପୂଜା ନକରି ସେଥିରୁ ପ୍ରେରଣା ନିଅ । ଆଜି ବିଶ୍ୱର ବୃହତ୍ତମ ମହମ ସଂଗ୍ରାହଳୟରେ ଜଣେ ସନ୍ୟାସୀଙ୍କ ମୂର୍ତ୍ତିକୁ ସ୍ଥାନୀତ କରାଯାଇଛି , ଏହା ଭାରତ ପାଇଁ ଏକ ସବୁଜ ସଙ୍କେତ ଅଟେ ।

Advertisement

ତେବେ ଏହି ଉନ୍ମୋଚିତ କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗପୀଠର ସହ ପ୍ରତିଷ୍ଠାତା ଆଚାର୍ଯ୍ୟ ବାଲକ୍ରିଷ୍ଣ , ଏବଂ ପତଞ୍ଚଳି ଯୋଗପୀଠ ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ସୁନୀତା ପୋଦ୍ଦାର ଉପସ୍ଥିତ ଥିଲେ । ୧୮୩୫ ମସିହାରେ ମ୍ୟାଡମ ତୁଷାଦ ସଂଗ୍ରାହଳୟ ପ୍ରତିଷ୍ଠା ହୋଇଥିଲା । ମ୍ୟାଡମ ତୁଷାଦ ସଂଗ୍ରାହଳୟ ମହମ ମୂର୍ତ୍ତିର ଏକ ଲୋକପ୍ରିୟ ସଂଗ୍ରାହଳୟ । ଏଠାରେ ବିଶ୍ୱରେ ବହୁ ପ୍ରସିଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ମୂର୍ତ୍ତି ରହିଛି । ଭାରତ କଥା କହବାକୁ ଗଲେ ମହାତ୍ମା ଗାନ୍ଧୀ , ନରେନ୍ଦ୍ର ମୋଦୀ , ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ , ବଲିଉଡ ଅଭିିନତା ଶାହରୁଖ ଖାନ , ସଲମାନ ଖାନ ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ବିଶିଷ୍ଟ ବ୍ୟକ୍ତି ମାନଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି ।

Leave a Reply

Your email address will not be published. Required fields are marked *