Pratidin TV

Odisha's Digital News Platform

ଭାରତୀୟ ନୌସେନାଙ୍କ ନୂଆ ଡ୍ରେସ କୋର୍ଡ , କୁର୍ତ୍ତା-ପାଇଜାମାରେ ନଜର ଆସିବେ ଯବାନ ..

1 min read

ନୂଆ ଅବତାରରେ ଭାରତୀୟ ନୌସେନା । ଏଥର କୁର୍ତ୍ତା-ପାଇଜାମା ଓ କୁର୍ତ୍ତା ଚୁଡିଦାର ପିନ୍ଧିବେ ଭାରତୀୟ ନୌସେନା ।
ଭାରତୀୟ ନୌସେନାର ଭୋଜନ କକ୍ଷରେ ପାରମ୍ପରିକ ପୋଷାକ ପିନ୍ଧିବେ କମର୍ଚାରୀ । ଏନେଇ ଭାରତୀୟ ନୌସେନା ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଭାରତୀୟ ସଂସ୍କୃତିକୁ ଧ୍ୟାନରେ ରଖି ଏହି ପୋଷାକକୁ ନୌସେନାରେ ସାମିଲ କରାଯାଇଛି । ୱାର୍ଡରୁମ୍ ଓ ଭୋଜନ କକ୍ଷରେ କାମ କରୁଥିବା କମର୍ଚାରୀ ଏହି ପୋଷାକ ପିନ୍ଧିବେ । ରିପୋର୍ଟ ଅନୁଯାୟୀ, ସେନାରୁ ଅବସର ନେଇଥିବା ଶୌର୍ଯ୍ୟ ଚକ୍ର ବିଜେତା ବ୍ରିଗେଡିୟର୍‌ ହରଦୀପ ସିଂ ସୋହି ତାଙ୍କ ଏକ୍ସ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଭାରତୀୟ ନୌସେନାର ନୂତନ ଆଦେଶ ବିଷୟରେ ସୂଚନା ଦେଇଛନ୍ତି । ଫଟୋଟି କୁର୍ତ୍ତା-ପାଇଜାମା ଏବଂ ଜ୍ୟାକେଟର, ଯାହାକୁ ନୌସେନା କର୍ମଚାରୀମାନେ ପିନ୍ଧିବାକୁ ଅନୁମତି ପାଇଛନ୍ତି ।

ଫଟୋ ସହିତ ସେ ଏହାକୁ କ୍ୟାପସନ ଦେଇଛନ୍ତି ଭାରତୀୟ ନୌସେନାର ଅଫିସରଙ୍କ ମେସ ପାଇଁ ନାବିକମାନଙ୍କର ନୂତନ ଡ୍ରେସ କୋଡ । ଭାରତୀୟ ନୌସେନା ଦ୍ୱାରା ନୂତନ ଡ୍ରେସ କୋଡ ସମ୍ବନ୍ଧରେ ସମସ୍ତ ନିର୍ଦ୍ଦେଶ ଏବଂ ଅନୁଷ୍ଠାନକୁ ବିଜ୍ଞପ୍ତି ଜାରି କରାଯାଇଛି ଏବଂ ସେମାନଙ୍କୁ ତୁରନ୍ତ ପ୍ରଭାବ ସହିତ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।ନୌସେନା ଦ୍ୱାରା ଜାରି ବିଜ୍ଞପ୍ତିରେ ନୂତନ ଡ୍ରେସ କୋଡ ସମ୍ବନ୍ଧରେ କିଛି ନିୟମ ଏବଂ ସର୍ତ୍ତ ରହିଛି, ଯାହାକୁ କଡାକଡି ପାଳନ କରିବାକୁ କୁହାଯାଇଛି । ନିର୍ଦ୍ଦେଶ ଅନୁଯାୟୀ, କୁର୍ତ୍ତା-ପାଇଜାମା ସ୍ଲିଭଲେସ ଜ୍ୟାକେଟ ଏବଂ ପାରମ୍ପରିକ ଜୋତା କିମ୍ବା ଚପଲ ପିନ୍ଧାଯିବ । ମହିଳା ନାବିକମାନେ ଚୁଡିଦାର କିମ୍ବା ପ୍ଲାଜୋ ସହିତ କୁର୍ତ୍ତା ପିନ୍ଧିବେ, କିନ୍ତୁ ଏହି ପାରମ୍ପରିକ ଭାରତୀୟ ପୋଷାକ କେବଳ ପର୍ବପର୍ବାଣୀରେ ଏବଂ ଅଧିକାରୀଙ୍କ ମେସରେ ପିନ୍ଧାଯିବ ।

Leave a Reply

Your email address will not be published. Required fields are marked *