ରାଜଧାନୀରେ ନୂଆ ଠକେଇ ; ସେୟାର ମାର୍କେଟ୍ ନାଁରେ ୮୦ ଲକ୍ଷ ଲୁଟିନେଲା ସାଙ୍ଗ ।
1 min readଭୁବନେଶ୍ୱର ; ବିଭିନ୍ନ ସଂସ୍ଥାରେ ନିବେଶ ନାଁରେ ବଡ଼ ଠକେଇ । କାହାକୁ ସେୟାର ମାର୍କେଟ ତ ଆଉ କାହାକୁ କର୍ପୋରେଟ ସଂସ୍ଥା ରେ ଟଙ୍କା ବିନିଯୋଗ କଲେ ଭଲ ରିଟର୍ଣ୍ଣ ଦେବା କହି କୋଟି କୋଟି ଟଙ୍କା ଠକେଇ କରିଛନ୍ତି ଭୁବନେଶ୍ୱରର ୨ ଯୁବକ । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଜଣେ ଠକକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲା ସୁନ୍ଦରପଦା ରାଜେଶ କୁମର ନାୟକ ଗିରଫ ।
ତେବେ ରାଜେଶଙ୍କ ସହ ତାଙ୍କ ସ୍ତ୍ରୀ ଏବଂ ଭାଇ ରାକେଶ ମଧ୍ୟ ଲୋକଙ୍କୁ ସେୟାର ମାର୍କେଟ୍ ନାଂରେଚୂନ ଲଗାଉଥିଲେ । ଟଙ୍କା ଲଗାଇ ଇନଭେଷ୍ଟ କରିବା ଆଗକୁ ୨ ଗୁଣା ପାଇବା କହି ଠକିଛନ୍ତି ଏହି ୩ଜଣ ।
ଜଣେ ମହିଳାଙ୍କ ଠାରୁ ୩୩ ଲକ୍ଷ ଅନ୍ୟ ଜଣେ ଯୁବକଙ୍କ ଠାରୁ ୮୦ ଲକ୍ଷ୍ୟ ଟଙ୍କା ଠକ ଜଣଙ୍କ ଲୁଟି ନେଇଥିବା ୬ ମାସ ପୂର୍ବରୁ ଲକ୍ଷ୍ମୀ ସାଗର ଥାନାରେ ଅଭିଯୋଗ ହେଇଥିଲା। ଭଲ ରିଟର୍ଣ୍ଣ ଦେବା କହି ବିଭିନ୍ନ ଆଳ ଦେଖେଇ ମୋଟା ଅଙ୍କର ଟଙ୍କା ଲୁଟି ନେଇଥିଲା ଠକ । ୨ କୋଟି ରୁ ଉର୍ଦ୍ଧ ଟଙ୍କା ଠକେଇ ନେଇ ତଦନ୍ତ ରୁ ଜଣାପଡ଼ିଛି। ବର୍ତ୍ତମାନ କମିଶନରେଟ୍ ପୋଲିସ ସମୃକ୍ତ ମମାଲାର ତଦନ୍ତ ଚଳାଇଥିବା ବେଳେ ରାକେଶ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ଭାଉଜକୁ ଧରିବାକୁ ଚେଷ୍ଟା କରୁଛି ପୋଲିସ ।