Pratidin TV

Odisha's Digital News Platform

କିଣିବାକୁ ଚାହୁଁଛନ୍ତି କି ସୁନା? ଜାଣନ୍ତୁ ଦର କେତେ ରହିଛି..

ଆଜି ଭାରତୀୟ ବଜାରରେ ସୁନା ଦର କେତେ ରହିଛି ଆପଣ ଜାଣିଛନ୍ତ କି ? ଯଦି ଆପଣ କିଣିବାକୁ ଚାହୁଁଛନ୍ତି ତେବେ ନଜର ପକାନ୍ତୁ ଆଜି ସୁନାରୂପାର ମୂଲ୍ୟ କେତେ ରହିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା କିଛି ଟଙ୍କା ହ୍ରାସ ପାଇଛି । ଏହା ସହିତ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଓଡିଶାର ରାଜଧାନୀ ଭୁବନେଶ୍ୱରରେ ନଭେମ୍ବର ୧୭ରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୫୫,୯୫୦ ଟଙ୍କା ଓ ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୬୦,୦୪୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୯୫୦ଟଙ୍କା ଓ ୬୧,୦୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ୫୬,୧୦୦ ଟଙ୍କା ଓ ୬୧, ୧୯୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୬ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୯୫୦ ଟଙ୍କା ଓ ୬୧,୦୪୦ ଟଙ୍କା ରହିଛି । ସେହିପରି ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୫,୦୦୦ଟଙ୍କା ରହିଥିବା ନେଇ ହୋଇଛି ।

Leave a Reply

Your email address will not be published. Required fields are marked *