ଆଜିଠାରୁ ଲାଗୁହେଲା ଜିଏସ୍ଟି ଦର : ଜାଣନ୍ତୁ କେଉଁ କେଉଁ ଜିନିଷ ଉପରେ ଲାଗୁହେଲା ଜିଏସ୍ଟି
1 min readନୂଆଦିଲ୍ଲୀ : ଆଜିଠାରୁ ଲାଗୁହେଲା ପରିବର୍ତ୍ତିତ ଜିଏସ୍ଟି ଦର । କେନ୍ଦ୍ରମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧକ୍ଷତାରେ ଜୁନ ଶେଷ ସପ୍ତାହରେ ଜିଏସଟି ପରିଷଦର ବୈଠକ ବସିଥିଲା । ଏନେଇ ଜୁଲାଇ ୧୮ ରୁ ଜିଏସଟି ଦର ଲାଗୁହବା ପାଇଁ ସ୍ଥିର କରାଯାଇଥିଲା ।
ତେବେ ଆଜିଠାରୁ ଲାଗୁହେଲା ଏହି ଦର ଗୁଡିକ । ପ୍ୟାକିଂ ଖାଦ୍ୟଗୁଡିକର ଦରକୁ ମହଙ୍ଗା କରାଯାଇଛି । ସେଥିମଧ୍ୟରୁ ଅଟା,ପନୀର ଓ ଦହି ଉପରେ ୫ ପ୍ରତିଶତ ଜିଏସଟି ଲାଗୁହୋଇଛି ।ଏହାସହ ମାଛ,ଲସି,ମହୁ,ସୋୟାବିନ,ଗହମ,ମଟର ଇତ୍ୟାଦି ସାମଗ୍ରୀ ଉପରେ ମଧ୍ୟ ୫% ଜିଏସଟି ଲାଗୁକରାଯାଇଛି । ଏବେଠୁ ୫୦୦୦ ଟଙ୍କାର ଅଧିକ ଭଡାରେ ହସ୍ପିଟାଲ ଆଇସିୟୁ ଓ କେବିନ ରୁମ ପାଇଁ ମଧ୍ୟ ଜିଏସସଟି ଦେବାକୁ ପଡିବ ।ଏହାଛଡା ପ୍ରତିଦିନିଆ ୧୦୦୦ଟଙ୍କା କମ ହୋଟେଲ ରୁମ ଉପରେ ୧୨ % ଜିଏସଟି ଦେବାକୁ ପଡିବ ଯାହାକି ଆଗରୁ ପଡୁନଥିଲା ।
ତେବେ କିଛି ଜିନିଷ ଉପରେ ଜିଏସଟିକୁ ବୃଦ୍ଧି କରାଯାଇଥିବା ବେଳେ କିଛି ଉପରେ ହ୍ରାସ କରାଯାଇଛି । ଜାଣନ୍ତୁ ହ୍ରାସ କରାଯାଇଥିବା ଜିଏସଟି ଦର ।ତେବେ ଯାତ୍ରୀଙ୍କ ପରିବହନ ଓ ସାମଗ୍ରୀ ପରିବହନ ଉପରେ ଜିଏସଟିକୁ ୧୨ ରୁ ହ୍ରାସ କରାଯାଇ ୫ ପ୍ରତିଶତ କରିଦିଆ ଯାଇଛି । ଏହାସହ ଇନ୍ଧନ ବ୍ୟବହାର ଯାନ ଗୁଡିକ ଯଥା ଟ୍ରକ ଓ ଅନ୍ୟ ଗାଡି ଗୁଡିକରେ ଏବେଠୁ ୧୮ ପରିବର୍ତ୍ତେ ୧୨% ଜିଏସଟି ଲାଗୁହେବ ।