ପୁରୀରେ ଲୋକମାନଙ୍କ ପସନ୍ଦ ପାଲଟିଛି ଭିନସିଟ ସେଲୁନ୍: ସୁଲଭ ମୂଲ୍ୟରେ ପାଆନ୍ତୁ ମେନିକିଓର,ପେଡିକିଓର ଭଳି ଅନେକ ସୁବିଧା
1 min readପୁରୀ: ସମୟର ସହିତ ଆମ ସମସ୍ତଙ୍କୁ ତାଳରେ ତାଳ ମିଳାଇ ଚାଲିବାକୁ ହୋଇଥାଏ । ଆଉ ବର୍ତ୍ତମାନ ସମୟରେ ସେ ଯୁବ ପିଢ଼ୀ ହୁଅନ୍ତୁ ଅବା ବୟସ୍କ ସେଲୁନ ଆଉ ସ୍ପାରେ ସମୟ ବିତାଇବାକୁ ରୁଚି ରଖନ୍ତି । ଏହା ସହିତ ନୂଆ ନୂଆ ହେୟାର କଟ ଠାରୁ ଆରମ୍ଭ କରି ହେୟାର ସ୍ପା , ଫେଓ କ୍ଲିନିଙ୍ଗ, ଫେସିଆଲ, ମସାଜ ଆଦି ଲୋକମାନଙ୍କର ପସନ୍ଦ ପାଲଟି ଗଲାଣି । ତେବେ ଯୁବପିଢ଼ୀ ମାନଙ୍କର ଚାହିଦାକୁ ନଜରରେ ରଖି ଏବେ ଓଡିଶାର ବିଭିନ୍ନ ସ୍ଥାନରେ ନୂଆ ନୂଆ ସେଲୁନ ସ୍ପା ମଧ୍ୟ ଖୋଲା ଯାଉଛି ।
ଏହା ଭିତରେ ଖୁବ ନାମ ଅର୍ଜ୍ଜନ କରିଥିବା ଏବଂ କମ ସମୟ ଭିତରେ ଲୋକମାନଙ୍କର ପସନ୍ଦ ପାଲଟିଥିବା ଭିନସିଟ ସେଲୁନ ଏହା ଭିତରେ ପ୍ରଥମବର୍ଷ ପୂରଣ କରିଛି । ଏହି ଅବସରରେ ଓଲିଉଡର ସୁପରଷ୍ଟାର ପୁନମ ମିଶ୍ର ଭିନସିଟ ସେଲୁନ ଏହା ଭିତରେ ପ୍ରଥମବାର୍ଷିକ କାର୍ଯ୍ୟକ୍ରରେ ଉପସ୍ଥିତ ରହିଥିଲେ ।ସୁଲଭ ମୁଲ୍ୟରେ ଏଠାରେ ବହୁ ସଂଖ୍ୟକ ଗ୍ରାହକଙ୍କୁ ଯେଉଁଭଳି ଭାବେ ହାଇକ୍ୱାଲିଟିର ସେବା ଯୋଗାଇଦିଆଯାଉଛି ତାହାକୁ ଦେଖି ଖୁବ ପ୍ରଶଂସା କରିଥିଲେ ।
ତେବେ ଭିନସିଟ ସେଲୁନ ଏକ ୟୁନିସେକ୍ସ ସେଲୁନ । ଏଠାରେ ଆପଣ ହେୟାର କଟ ଠାରୁ ଆରମ୍ଭ କରି ଫେଓ ଫେସିଆଲ ,ମେନିକିଓର,ପେଡିକିଓର ଭଳି ଅନେକ ସୁବିଧାର ଲାଭ ଉଠାଇ ପାରିବେ । କେବଳ ଏତିକି ନୁହେଁ ଏଠାରେ ଏବେ ନୂତନ ଭାବେ ଏକାଡେମୀ (ଫେସିଆଲ ଓ ହେୟାର କଟ୍ ଶିକ୍ଷା) ଆରମ୍ଭ ହୋଇଛି ବୋଲି ଏହାର ପ୍ରତିଷ୍ଠାତା ଦେବଶ୍ରୀ ମହାପାତ୍ର ଘୋଷଣା କରିଥିଲେ ।
ଆଗକୁ ଗ୍ରାହକ ମାନଙ୍କୁ ଏହି ଭଳି ଉଚ୍ଚକୋଟୀର ସେବା ଯୋଗାଇବା ପାଇଁ ଭିନ୍ ସିଟ୍ ଭୁବନେଶ୍ୱର ସହ ରାଜ୍ୟର ୪ଟି ସ୍ଥାନରେ ଏହା ଶାଖା ଖୋଲିବାକୁ ଲକ୍ଷ୍ୟ ରଖିଛି ବୋଲି ସେ ସୂଚନା ଦେଇଥିଲେ ।
ଏଠାରେ ଉଭୟ ମହିଳା ଏବଂ ପୁରୁଷ କର୍ମଚାରୀ ଅଛନ୍ତି ଯେଉଁମାନେ ମହିଳା ଏବଂ ପୁରୁଷଙ୍କୁ ପୃଥକ ଭାବେ ମାଲିସ ସେବା ଯୋଗାଉଛନ୍ତି ।ଯାହାଦ୍ୱାରାଚ କାହାରିକୁ ବ୍ୟକ୍ତିଗତ ଭାବେ କୌଣସି ସମସ୍ୟା ହେବ ନାହିଁ ତାହା ଉପରେ ଧ୍ୟାନ ଦିଆଯାଇଛି । ଏହା ସହିତ ଅନ୍ୟ ଶାଖା ଖୋଲିବା ଦ୍ୱାରା କିଛି ଲୋକ ଏହା ମାଧ୍ୟମରେ କିପରି ରୋଜଗାର ପାଇବେ ଏହା ପ୍ରତିଷ୍ଠାତାଙ୍କ ମୂଳ ଉଦ୍ଦେଶ୍ୟ ରହିଛି । ତେବେ ଆପଣ ଯଦି ଏକ ଭଲ ସେଲୁନ ଏବଂ ସ୍ପା ଖୋଜୁଛନ୍ତି ନିହାତି ଭାବରେ ଏହି ସେଲୁନ ପରିଭ୍ରମଣ କରନ୍ତୁ ।