Pratidin TV

Odisha's Digital News Platform

ପୋଷା କୁକୁର ପାଇଁ BMC ର କଡା ଆଇନ୍ : ରାସ୍ତା କଡରେ ମଳତ୍ୟାଗ କରାଇଲେ ଭରିବେ ୧୦ ହଜାର ଫାଇନ୍ ତାସହ..

1 min read

ଭୁବନେଶ୍ୱର : ଘରେ ପୋଷା କୁକୁର ପାଳୁଥିଲେ ସାବଧାନ । ଏଣିକି ବିଏସି ଆଣିବ କଡା ନିୟମନ ମାନିଲେ ଦେବାକୁ ପଡିବ ଫାଇନ୍ । ଆଜି ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ସ୍ୱତନ୍ତ୍ର ବୈଠକରେ ଆଲୋଚନା ହୋଇଛି । ବିଏମସି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ୫୩ଟି ଆପତ୍ତି ଓ ପରାମର୍ଶ ଉପରେ ତର୍ଜମା କାରଯିବା ପରେ ୨ ଟି ନିୟମକୁ ବଦଳାଯାଇଚି । ଏଥିରେ କୁକୁରମାନଙ୍କ ପାଇଁ ଇନସ୍ୟୁରାନ୍ସ ବ୍ୟବସ୍ଥା କରିବାକୁ ସ୍ଥିର ହୋଇଛି । ଏଥିସହ ଜଣେମାଲିକ ଚାହିଁଲେ ୨ ରୁ ଅଧିକ କୁକୁର ରଖିପାରିବେ । ଚିଠା ପ୍ରସ୍ତୁତ ଚୂଡାନ୍ତ ହୋଇଥିବାରୁ ଆସନ୍ତା କର୍ପୋରେସନ ବୈଠକରେ ଏହି ମାର୍ଗଦର୍ଶିକା ଗୃହୀତ ହେବ ।

ତେବେ ବୈଠକରୁ ମିଳିଥିବା ସୂଚାନ ଅନୁଯାୟୀ ପାଗଳ କୁକୁରଙ୍କୁ ନିୟନ୍ତ୍ରଣ ବାବଦରେ ମାଲିକଙ୍କ କର୍ତବ୍ୟ ବାବଦରେ ଉଲ୍ଲେଖ ରହିବ ଏଣିକି ରାଜଧାନୀ ରାସ୍ତା କଡରେ ପୋଷା କୁକୁର ମଳତ୍ୟାଗ କରିପାରିବେ ନାହିଁ । ଏପରି ହେଲେ ମାଲିକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ନିର୍ଦ୍ଦେଶନାମା ନ ମାନିଲେ ଆବଶ୍ୟକ ସ୍ଥଳେ ୧୦ହଜାର ପର୍ଯ୍ୟନ୍ତ ଜରିମାନା ହୋଇପାରେ ପଞ୍ଜିକରଣ ।

Advertisement

ବିଏମସି ପକ୍ଷରୁ ଜାରିହେବାକୁ ଥିବା ମାର୍ଗଦର୍ଶିକାରେ ପଞ୍ଜିକରଣ ବାବଦେୟ ବାର୍ଷିକ ୫୦୦ ଟଙ୍କା ରଖାଯାଇଛି । ପଞ୍ଜିକରଣର ବିଭିନ୍ନ ନିୟମ ଯେପରିକି ପୁନଃପଞ୍ଜୀକରଣ,କୁକୁର ଟ୍ୟାଗ୍ ଓ ପୋଷା କୁକୁରର ନିଦ୍ଧିଷ୍ଠ ସାବଧାନତା , ବେକରେ ଫିତା,ଶିକୁଳି ଆଦି ରକିବା , ବିନା ଟ୍ୟାଗ୍‌ରେ କୁକୁରକୁ ବାହାରକୁ ନ ଆଣିବା ,ରାସ୍ତାରେ କୁକୁରକୁ ଝାଡା ନ ଫେରାଇବା ଆଦି ବାବଦରେ ମାର୍ଗଦର୍ଶିକା ଧାର୍ଯ୍ୟ ହୋଇଛି ।

ମେୟର ଶ୍ରୀମତୀ ଦାସ କହିଛନ୍ତି ଯେ ଭୁବନେଶ୍ୱରରେ ଦିନକୁ ଦିନ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତାହାର ସମାଧାନ ଲାଗି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କୁକୁରଙ୍କ ଲାଗି ଉପୁଜୁଥିବା ସମସ୍ୟାର ସମାଧାନ ନିମନ୍ତେ ଚେଷ୍ଟା ଜାରି ରହିଛି ।

Leave a Reply

Your email address will not be published. Required fields are marked *