Pratidin TV

Odisha's Digital News Platform

ଆଜିଠୁ ନୂଆ ନିୟମ; ପୁଣି ବଢ଼ିଲା ଗ୍ୟାସ ଦର

ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ | ପୁଣି ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର | ସରକାରୀ ତୈଳ ଏବଂ ଗ୍ୟାସ୍‌ ମାର୍କେଟିଂ କମ୍ପାନୀଗୁଡ଼ିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧ରୁ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପରେ ୧୯ କେଜି କମର୍ସିଆଲ ସିଲିଣ୍ଡର ମହଙ୍ଗା ହୋଇଛି। ତେବେ ଖୁସିର କଥା କି ଘରୋଇ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟରେ କୌଣସି ବି ପରିବର୍ତ୍ତନ ହୋଇନାହିଁ।

ତେଲ ବ୍ୟବସାୟ କମ୍ପାନୀଗୁଡ଼ିକ ରବିବାର ୧୯ କେଜି ଗ୍ୟାସ୍ ସିଲିଣ୍ଡର୍ ଦର ୩୯ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ବୃଦ୍ଧି ହେବା ପରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର୍ ଦର ଦିଲ୍ଲୀରେ ୧୬୯୧.୫୦ ଟଙ୍କା କୁ ବୃଦ୍ଧି ପାଇଛି। ତେବେ ଗତ ମାସରେ କମର୍ସିଆଲ ଏଲପିଜି ଗ୍ୟାସ୍‌ ମୂଲ୍ୟରେ ୮.୫୦ ଟଙ୍କା ବୃଦ୍ଧି ପାଇଥିଲା । ସେହିଭଳି ଜୁଲାଇ ମାସରେ ୩୦ ଟଙ୍କା ଦର କମିଥିଲା ବେଳେ ଏବେ ପୁଣି ୩୯ ଟଙ୍କା ବୃଦ୍ଧି ହୋଇଛି । ଗତମାସରେ ମଧ୍ୟ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବଢିଥିଲା |

Leave a Reply

Your email address will not be published. Required fields are marked *