Pratidin TV

Odisha's Digital News Platform

ମା’ ସାରଳା ପୀଠରେ ଲାଗୁହେଲା ନୂଆ ନିୟମ : ମୋବାଇଲ ସହ ମନ୍ଦିର ଭିତରକୁ ବ୍ୟାନ୍ ହେଲା ଏସବୁ ଜିନିଷ ….

1 min read

ଭୁବନେଶ୍ୱର : ମା’ ଶାରଳା ପୀଠକୁ ଲାଗୁହେଲା ନୂଆ ନିୟମ । ଏଣିକ ମନ୍ଦିର ଭିତରକୁ ମୋବାଇଲ , ପଲିଥିନ ସହ ଅବିବାହିତ ସେବାୟତଙ୍କୁ ମଧ୍ୟ ନିସେଦ୍ଧ । ଏନେଇ ଜିଲ୍ଲା ପ୍ରଶାସନ ଜାରି କରିଛି ନୂଆ ନିୟମ । ଏଥିରେ ମା’ଙ୍କ ନୀତିକାନ୍ତିରେ ସଂସ୍କାର, ଯାତ୍ରୀମାନଙ୍କ ସୁରକ୍ଷା ,ପୀଠର ପବିତ୍ରତା ରକ୍ଷା ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ।
ନୂଆ ନିୟମାବଳୀ ଅନୁଯାୟୀ :-

– ଏଣିକି ମାଙ୍କ ଫଟୋ ଉଠାଇପାରିବେନି ଭକ୍ତ । ଗର୍ଭଗୃହ ମଧ୍ୟକୁ ମୋବାଇଲ ନିସେଦ୍ଧ । ତା ଛଡା ଭକ୍ତମାନଙ୍କୁ ମଧ୍ୟ ଗର୍ଭଗୃହ ମନା ।

Advertisement

-ସେହିଭଳି ବ୍ରତ ହୋଇନଥିବା ଅବିବାହିତ ସେବକ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ । ପଣ୍ଡା ସେବକମାନେ ଯଦି ଯାତ୍ରୀ ଓ ମନ୍ଦିର କର୍ମଚାରୀମାନଙ୍କୁ ଖରାପ ବ୍ୟବହାର କରନ୍ତି ତେବେ ସେମାନେ ପୋଲିସରେ ଅଭିଯୋଗ କରିପାରିବେ ।

-ମନ୍ଦିର ଭିତରେ ପଲିଥିନ ବ୍ୟବହାର ହେବ ନାହିଁ । ଯଦି କେହି ଭକ୍ତ କିମ୍ବା ସେବାୟତ ପଲିଥିବ ସହ ଧରା ପଡନ୍ତି ସେମାନଙ୍କ ଠାରୁ ଜୋରିମାନ ଆଦାୟ କରାଯିବ ।

-ଭକ୍ତମାନଙ୍କ ଠାରୁ ଯଦି ଜୋର ଜବରଦସ୍ତି ଅର୍ଥ ବା ଦକ୍ଷିଣା ଆଦାୟ କରାଯାଏ ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

-ଭକ୍ତ ଓ ସେବାୟତଙ୍କ ପାଇଁ ଅଭିଯୋଗ ବାକ୍ସ ଓ ଅଭିଯୋଗ ପୁସ୍ତକର ବ୍ୟବସ୍ଥା କରାଯିବ ।

-ମନ୍ଦିର ବେଢା ପରିସରରେ ପାନପିକ ଓ ଅଳିଆ ଆବର୍ଜ୍ଜନା ନିର୍ଦ୍ଧିଷ୍ଟ ସ୍ଥାନରେ ନପକାଇଲେ ଫାଇନ୍ ଆଦାୟ କରାଯିବ ।

-ଯାତ୍ରୀମାନଙ୍କ ଦ୍ୱାରା ଦାନ ସାମଗ୍ରୀ ଦ୍ରବ୍ୟ ବା ପଦାର୍ଥ ଯଦି ସେବାୟତ ମାନେ କାର୍ଯ୍ୟାଳୟରେ ଦାଖଲ ନକରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *