Pratidin TV

Odisha's Digital News Platform

ଟ୍ରାଫିକରେ ଲାଗୁ ହେଲା ନୂଆ ନିୟମ
ଭୁବନେଶ୍ୱର : ଏବେ ରାସ୍ତାରେ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଦିନକୁ ଦିନ ଟ୍ରାଫିକର ନିୟମକୁ କଡା କଡି କରାଯାଉଛି । ତେବେ ଗାଡିର କାଗଜପତ୍ର ନଥିଲେ କିମ୍ବା ଟ୍ରାଫିକ ନିୟମ ନମାନିଲେ ଜୋରୋମାନା ସହିତ ଦଣ୍ଡାଦେଶ ହେଉଥିଲା । ତେବେ ଏହା ସହ ଏବେ ସରକାର ଆଉ ଏକ ନୂଆ ନିୟମକୁ ଯୋଡିଦେଇଛନ୍ତି ।ଆସନ୍ତୁ ଜାଣିବା କଣ ରହିଛି ନୂଆ ନିୟମରେ ।


ମଟର ଭେଇକିଲ ଧାରା ଅନୁଯାୟୀ – ଯଦି ଗାଡି ଚାଳକ ଟ୍ରାଫିକ ଚେକିଂ ବେଳେ ଟ୍ରାଫିକ୍ ପୋଲିସକୁ କୌଣସି ପ୍ରକାରର ଦୁର୍ବର୍୍ୟବହାର କରୁଛନ୍ତି ,ତେବେ ତାଙ୍କ ନାଁରେ ଚାଲାଣ କାଟିପାରେ ପୋଲିସ ୍ ।୧୭୯ ଏମ୍‌ଭିଏ ଆକ୍ଟରେ ଚାଲାଣ କାଟିବାକୁ ଟ୍ରାଫିକ ପୋଲିସକୁ ଅଧିକାର ଦିଆଯାଇଛି । ତେଣୁ ଚେକିଂବେଳେ ମହାଙ୍ଗା ପଡିପାରେ ଦୁର୍ବ୍ୟବହାର । ତାସହ ଚେକିଂ ବେଳେ ପୋଲିସ୍ ସହ ଯୁକ୍ତିତର୍କ କଲେ ମଧ୍ୟ ପଡିପାରେ ଫାଇନ୍ । ତେବେ ଟ୍ରାଫିକର ନୂଆ ନିୟମାନୁସାରେ ଯଦିବି ଆପଣ ଟ୍ରାଫିକରେ ହେଲମେଟ ପିନ୍ଧିଥିବା ଅବସ୍ଥାରେ ବି ଯୁକ୍ତି କଲେ ସେହି କ୍ଷେତ୍ରରେବି କଟିପାରେ ଆପଣଙ୍କ ଚାଲାଣ ।

Advertisement


ଆପଣଙ୍କର ଚାଳାଣ କଟିଛିକି ନାହିଁ କିପାରି ଜାଣିବେ – https://echallan.parivahan.gov.inୱେବସାଇଟ୍‌କୁ
ଯିବାକୁ ପଡିବ । ପେଜ୍ ଖୋଲିବାପରେ ଚେକ୍ ଚାଲାଣ ଷ୍ଟାଟସ ଅପସନ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଆପଣଙ୍କୁ ଚାଲାନ ନମ୍ବର,ଭେଇକିଲ୍ ନମ୍ବର ଏବଂ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦିଆଯାଇଥିବ । ପରେ ଏଥିରୁ ଆପଣ ଜାଣିପାରିବେ ଆପଣଙ୍କ ନାଂରେ ଜୋରିମାନା କଟିଛି କି ନାହିଁ ।


ତାପରେ ଜଦି ଚାଲାଣ କଟିଛି ଭରିବେ କିପରି –
https://echallan.parivahan.gov.in// ୱେବସାଇଟ୍‌କୁ ଯିବାକୁ ହେବ । ସେଠାରେ ଥିବା ଅପ୍ସନରେ କ୍ଲିକ୍ କରିବା ପରେ ଜୋରିମାନା ଭରିବାକୁ ପଡିବ ।

Leave a Reply

Your email address will not be published. Required fields are marked *