ମହାକାଶରୁ ସୁନିତାଙ୍କୁ ନୂଆ ଅପଡେଟ; ସ୍ୱାସ୍ଥ୍ୟକୁ ନେଇ ଏମିତି କଲେ ଖୁଲାସ
1 min readମହାକାଶରେ ଅଟକି ରହିଥିବା ସୁନିତା ଓ୍ବିଲିୟମ୍ସଙ୍କ ମସ୍ଥ୍ୟକୁ ନେଇ ଆଲୋଚନା ଜାରି ରହିଛି |ଏହି ସମୟରେ ନିଜେ ସୁନିତା ଓ୍ବିଲିୟମ୍ସ ନିଜ ସ୍ଵାଥ୍ୟ ବିଷୟରେ ଅପଡେଟ ଦେଇଛନ୍ତି | ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ଥିବା ନେଇ କହିଛନ୍ତି | ଏଭଳି ଦେଖାଯାଉଥିବା କଥା ମଧ୍ୟ କହିଛନ୍ତି |
ସୂଚନାନୁସରେ, ସୁନିତାଙ୍କୁ ମହାକାଶରେ ବହୁତ ଫଟୋ ଭାଇରାଲ ହେଉଛି | ଯେଉଁଥିରେ ବର୍ତ୍ତମାନ ସେ ବହୁତ ଦୁର୍ବଳ ଦେଖାଯାଉଛନ୍ତି | ଏହାସହ ସୁନିତାଙ୍କୁ ମୁହଁ ମଧ୍ୟ ଶୁଖିଯାଇଛି, କେବଳ ଏତିକି ନୁହେଁ ଗାଲ ମଧ୍ୟ ପଶିଯାଇଛି | ଯେଉଁଥିପାଇଁ ଲୋକେ ଏହାକୁ ଦେଖି ଚିନ୍ତିତ ଅଛନ୍ତି |
ସୁନିତା କହିଛନ୍ତି ଫ୍ଲୁଏଡ୍ ସିଫ୍ଟସ୍ ଯୋଗୁଁ ଏଭଳି ହୋଇଛି। ଅର୍ଥାତ ଶରୀର ସବୁ ସ୍ଥାନକୁ ତରଳ ପଦାର୍ଥ ଚାଲିଯାଇଥାଏ। ସେ ଏକ ସାକ୍ଷାତାରରେ କହିଥିଲେ, ମହାକାଶକୁ ଆସିଲେ, ମୁଣ୍ଡ ଅଳ୍ପ ବଡ ଲାଗିଥାଏ, କାରଣ ଫ୍ଲୁଏଡ୍ ଶରୀର ସହ ସମାନ ରୂପରେ ବ୍ୟାପିଯାଏ।’ ସେ କହିଛନ୍ତି, ପୂର୍ବ ଭଳି ମୁଁ ସୁସ୍ଥ ଅଛି । ଓଜନ କମ୍ ହୋଇନି ବଂର ବଢିଯାଇଛି। ମୋର ଜଙ୍ଘ ମଧ୍ୟ ଅଳ୍ପ ବଢି ଯାଇଛି।’