Pratidin TV

Odisha's Digital News Platform

୨-୦ରେ ସିରିଜ ହାତେଇଲା ନ୍ୟୁଜିଲାଣ୍ଡ; ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

1 min read

ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ପୁଣେ ଟେଷ୍ଟକୁ ୧୧୩ ରନରେ ଜିତିବା ସହ ଭାରତ ମାଟିରେ ପ୍ରଥମ ସିରିଜ ବିଜୟ ହାସଲ କରିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭ୍ରମଣକାରୀ ଦଳ ୨-୦ରେ ଆଗୁଆ ରହିଛି । ଅପରପକ୍ଷରେ ଭାରତ ୧୨ ବର୍ଷ ପରେ ଘରୋଇ ପରିବେଶରେ ସିରିଜ ପରାଜୟବରଣ କରିଛି । ଭାରତ କ୍ରମାଗତ ୧୮ଟି ସିରିଜ ଜିତିବା ପରେ ଏଥର ନୈରାଶ୍ୟଜନକ ଭାବେ ସିରିଜ ହାତଛଡା କରିଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ୧୯୫୫ରେ ଖେଳା ଯାଇଥିଲା । ୬୯ ବର୍ଷ ପରେ ଭାରତକୁ ନ୍ୟୁଜିଲାଣ୍ଡ ତାର ଘରେ ମାତ ଦେଇଛି ।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୫୯ ରନ କରିଥିଲା । ଜବାବରେ ଟିମ ଇଣ୍ଡିଆ ୧୫୬ ରନରେ ଅଲଆଉଟ ହୋଇ ଯାଇଥିଲା । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୨୫୫ ରନ କରି ଭାରତ ସମ୍ମୁଖରେ ୩୫୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଯଶସ୍ୱୀ ଜୈସସ୍ୱାଲ ୭୭ ଓ ରବୀନ୍ଦ୍ର ଜାଡେଜା ୪୨ ରନ କରି ନ୍ୟୁଜିଲାଣ୍ଡ ସ୍ପିନରଙ୍କୁ ଉଚିତ ମୁକାବିଲା କରିଥିଲେ । ଶୁଭମନ ଗିଲ ୨୩, ବିରାଟ କୋହଲି ୧୭ ଓ ୱାଶିଂଟ ନ ସୁନ୍ଦର ୨୧ ରନ କରିଥିଲେ । ନ୍ୟୁଜିଲାଣ୍ଡ ବିଜୟର ହୀରୋ ସାଜିଥିବା ମିଚେଲ ସାଂଟେନର ଏହି ମ୍ୟାଚରେ ୧୩ଟି ୱିକେଟ ଅକ୍ତିଆର କରିଥିଲେ । ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Advertisement

୨୦୧୨-୧୩ରେ ଇଂଲଣ୍ଡ ଭାରତ ଗସ୍ତରେ ଦଳକୁ ଟେଷ୍ଟ ସିରିଜରେ ହରାଇଥିଲା। ଏହା ପରଠାରୁ ଭାରତୀୟ ଟିମ୍‌ ଘରୋଇ ମାଟିରେ ସିରିଜ ପରାଜୟର ନଜିର ନାହିଁ। ଦଳ ଲଗାତାର ୧୮ ସିରିଜରେ ବିଜେତା ହୋଇଥିଲା। ହେଲେ ଏବେ ଏଥିରେ ବ୍ରେକ୍‌ ଲାଗିଛି। ସେହିଭଳି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଘରୋଇ ମାଟିରେ ୪ର୍ଥ ମ୍ୟାଚ୍‌ରେ ପରାଜିତ ହୋଇଛି। ସେ ଏବେ ଭାରତ ପାଇଁ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍‌ ହାରିବା ମାମଲାରେ ସଂଯୁକ୍ତ ଭାବେ ଦ୍ୱିତୀୟ ଭାରତୀୟ ଅଧିନାୟକ ପାଲଟିଛନ୍ତି।

ସେହିଭଳି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଘରୋଇ ମାଟିରେ ୪ର୍ଥ ମ୍ୟାଚ୍‌ରେ ପରାଜିତ ହୋଇଛି । ସେ ଏବେ ଭାରତ ପାଇଁ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍‌ ହାରିବା ମାମଲାରେ ସଂଯୁକ୍ତ ଭାବେ ଦ୍ୱିତୀୟ ଭାରତୀୟ ଅଧିନାୟକ ପାଲଟିଛନ୍ତି ।

Leave a Reply

Your email address will not be published. Required fields are marked *