Pratidin TV

Odisha's Digital News Platform

ମେଡିକାଲ ଲାଟିନରୁ ମିଳିଲା ନବଜାତ ଶିଶୁକନ୍ୟାର ମୃତଦେହ…

1 min read

କେନ୍ଦ୍ରାପଡା: ମେଡିକାଲ ଲାଟିନରୁ ମିଳିଲା ନବଜାତ ଶିଶୁକନ୍ୟାର ମୃତଦେହ । ସେହି ନବଜାତ ଶିଶୁକନ୍ୟାଟି କାହାର ଓ ଲାଟିନ ଭିତରକୁ କିପରି ଆସିଲା ବୋଲି ହୋଇଛି ଚର୍ଚ୍ଚା । କେହି ଶିଶୁକନ୍ୟାକୁ ଜନ୍ମ କରି ଲାଟିନରେ ଫିଙ୍ଗି ଦେଇନାହାନ୍ତି ତ? କାରଣ ଅନେକ ସମୟରେ କନ୍ୟାସନ୍ତାନକୁ ଜନ୍ମ ଦେଇ କେହି ରାସ୍ତା କଡରେ ତ ଆଉ କେଉଁ ଅଳିଆ ଗଦାରେ ଫିଙ୍ଗି ଦେଇ ଚାଲିଯାଉଛନ୍ତି ସେହିପରି ଏଠାରେ ମଧ୍ୟ ନବଜାତ ଶିଶୁକନ୍ୟାଟି ମୃତ ଅବସ୍ଥାରେ ଲାଟିନ ଭିତରୁ ମିଳିଛି । ଏପରି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ତେବେ ଏ ଘଟଣା ଦେଖିବାକୁ ମିଳିଛିି କେନ୍ଦ୍ରାପଡା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତବିଭାଗରେ ଆଜି ସକାଳୁ ସକାଳୁ ଲାଟିନରେ ଏକ ନବଜାତ ଶିଶୁ କନ୍ୟାର ମୃତ ପଡିଥିବା ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଦେଖିବାକୁ ପାଇଥିଲେ । ସବୁଠୁ ବଡ଼ କଥା ହେଉଛି ଇନଡୋରରେ ଗତକାଲି ରାତିରେ ୩ ରୁ୪ଜଣ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଡିୟୁଟିରେ ଥିବା ବେଳେ କିଏ ଆଉ କେମିତି ଲାଟିନ ଭିତରେ ଶିଶୁ କନ୍ୟାର ମୃତଦେହ ରଖିଲା । ଏନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଳି ଥାନାକୁ ଜଣାଇବା ପରେ ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *