Pratidin TV

Odisha's Digital News Platform

ପୁଣି ଅଲୋଡା ହେଲା ନବଜାତ ଶିଶୁକନ୍ୟା,ପାଚେରୀ ପାଖରେ ଛାଡି ପଳାଇଲା ମାଆ..

1 min read

ସମ୍ବଲପୁର: ଅଲୋଡା ହେଲା ନବଜାତ ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁଙ୍କ ଘର ପାଚେରୀ କାନ୍ଥ ନିକଟରୁ ଆଜି ସକାଳୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଉଦ୍ଧାର ପରେ ଶିଶୁ କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ, ଶିଶୁ ଟି ର ସ୍ୱସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି । ସକାଳୁ ହଠାତ ଶିଶୁ ଟି କାନ୍ଦୁଥିବା ଶୁଣିବାକୁ ମିଳିଥିଲା । ଶିଶୁ କନ୍ୟାର କାନ୍ଦ ଶୁଣି ଆଖାପାଖ ଲୋକ ପହଞ୍ଚି ଯାଇଥିଲେ । ଖବର ପ୍ରଚାର ହେବା ପରେକନ୍ୟା ସନ୍ତାନକୁ ଦେଖିବାକୁ ଗ୍ରାମବାସୀଙ୍କ ଭିଡ ହୋଇଥିଲା । ଡାକ୍ତରଖାନାରେ କାମ କରୁଥିବା ସେହି ଗ୍ରାମର ସଂଜୟ ପଟେଲ ଶିଶୁ କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ କିଏ ଏବଂ କାହିଁକି ଶିଶୁ କନ୍ୟାକୁ ଉକ୍ତ ସ୍ଥାନରେ ପକାଯାଇ ଚାଲିଯାଇଛି ତାହା ଜଣା ପଡିନାହିଁ ।

Advertisement

Leave a Reply

Your email address will not be published. Required fields are marked *