Pratidin TV

Odisha's Digital News Platform

୫ ଦିନର ଶିଶୁକୁ ଅଢେଇ ଲକ୍ଷରେ ବିକ୍ରି କରିଥିଲା ବାପା , ଉଦ୍ଧାର କଲା ଟିଟିଲାଗଡ ପୋଲିସ ….

1 min read

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ପୁଣି ଚାଞ୍ଚଲ୍ୟ। ୫ଦିନର ଶିଶୁ ପୁତ୍ରକୁ ବିକି ଦେଇଥିଲା ବାପା । ଅଢେଇ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ। ସୂଚନା ଅନୁସାରେ ଟିଟିଲାଗଡ ଝାଙ୍କର ପଡାର ପୁଷ୍ପା ପଟେଲ ଓ ସନ୍ତୋଷ ପଟେଲଙ୍କ ୪ନଂ ଶିଶୁ ପୁତ୍ର ଟିଟିଲାଗଡ଼ ଡାକ୍ତରଖାନାଁରେ ଜନ୍ମ ହୋଇ ଥିଲା । ହେଲେ ଗରିବ ପରିବାରକୁ ଆର୍ଥିକ ସମସ୍ୟା ଯୋଗୁଁ ପୁଅକୁ ବିକ୍ରି କରିଦେଇଥିଲା ବାପା । ଏହି ଘଟଣାରେ ଟିଟିଲାଗଡ଼ର ରମାଜାନ ସେଖ ମଧ୍ୟସ୍ଥି ସାଜି କଳାହାଣ୍ଡି ଜିଲ୍ଲା ରାଜା ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ ବୋଲି ଜଣାପଡିଥିଲା ।

ପୋଲିସ ନିକଟରେ ଖବର ପହଞ୍ଚିବା ପରେ ନିଜ ତରଫରୁ ଏକ ମାମଲା ରୁଜୁ କରି ରମାଜାନ ସେଖ ଓ ଶିଶୁର ବାପା ସନ୍ତୋଷ ପଟେଲଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଟିଟିଲାଗଡ଼ ପୋଲିସ୍ ଶିଶୁ ବିକ୍ରି ଘଟଣାରେ ରାୟଗଡ଼ରୁ ଶିଶୁକୁ ଉଦ୍ଧାର କରି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛି । କିଛିଦିନ ତଳେ ଟିଟିଲାଗଡ଼ରେ ଶିଶୁ ବିକ୍ରୀ କରାଯାଉଥିବା ଅଭିଯୋଗ ସାମ୍ନା କୁ ଆସିଥିଲା ।

Advertisement

ଶିଶୁ ବିକ୍ରି କରିଥିବା ଶିଶୁର ବାପା ଓ ମଧ୍ୟସ୍ଥି ଗିରଫ ହୋଇ ଏବେ ଜେଲ ରେ ଥିବା ବେଳେ ଶିଶୁକୁ ରାୟପୁର ସ୍ଥିତ ରାୟଗଡ଼ରୁ ଉଦ୍ଧାର କରିଥିବା ଜଣାପଡିଛି । ଶିଶୁକୁ ଉଦ୍ଧାର କରି ବଲାଙ୍ଗୀର ଚାଇଲ୍ଡ ପ୍ରୋଟେକସନ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି । ଶିଶୁ ସୁରକ୍ଷା କେନ୍ଦ୍ର ଶିଶୁଟିକୁ ଗ୍ରହଣ କରି ପ୍ରଥମେ ତାର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା । ପରେ ତାକୁ ବିଧି ବଦ୍ଧ ଭାବରେ ଗ୍ରହଣ କରାଯିବ ବୋଲି ସୂଚନା ରହିଛି । ପ୍ରକାଶ ଯେ ଏହି ଶିଶୁ ଟିକୁ ଅଢେଇ ଲକ୍ଷ ଟଙ୍କା ରେ ବିକ୍ରୀ କରାଯାଇଥିଲା। ଏନେଇ ଖବର ପାଇବା ପରେ ଟିଟିଲାଗଡ଼ ପୁଲିସ ତଦନ୍ତ ଆରମ୍ଭ କରି ଆଜି ଶିଶୁ ଟିକୁ ଉଡଉ କୁ ହସାତ୍ନ୍ତାର କରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

Leave a Reply

Your email address will not be published. Required fields are marked *