Pratidin TV

Odisha's Digital News Platform

ଆଜି ବିଧାନସଭାରେ ଶପଥ ନେଲେ ନବନିର୍ବାଚିତ ବିଧାୟକ

ବିଧାନସଭାରେ ଶପଥ ନେଲେ ନବନିର୍ବାଚିତ ବିଧାୟକ | ପ୍ରଥମେ ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ୨ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି | କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି |

ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେବା ପରେ ନବନିର୍ବାଚିତ ବିଧାୟକ ପର୍ଯ୍ୟାୟ କ୍ରମେ ଶପଥ ଗ୍ରହଣ କରିଛନ୍ତି | ଆଜି ସନ୍ଧ୍ୟା ୫ଟା ଯାଏଁ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ | ଆଜି ଓ କାଲି ୨ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ | ଏହାପରେ ୨0 ରେ ରହିଛି ବାଚସ୍ପତି ନିର୍ବାଚନ | ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ତିନି ଦିନିଆ ଅଧିବେଶନ ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି |କେବଳ ଯେଉଁମାନଙ୍କ ପାଖରେ ବିଧାନସଭାର ପାସ ଥିବ ସେହିମାନେ ବିଧାନସଭାକୁ ପ୍ରବେଶ କରିପାରିବେ |

ତେବେ ସୁରକ୍ଷା ଦାୟିତ୍ୱରେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ରହିବେ | ନିଜେ ପୋଲିସ କମିଶନର ଏହି ଦାୟିତ୍ୱରେ ରହିବେ | ଏହି ସମୟରେ ଲୋୟର ପିଏମଜିରେ କୌଣସି ଧାରଣା ହୋଇପାରିବ ନାହିଁ | ପୋଲିସ କଣ୍ଟ୍ରୋଲ ରୁମ ଜରିଆରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ହେବା ସହ ଆଗାମୀ କାର୍ଯ୍ୟପନ୍ଥା କଣ ନିଆଯିବ ତାହା ଉପରେ ତଦାରଖ କରିବେ ପୋଲିସ ଟିମ | ତେବେ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରି ଟିମ, ମଧ୍ୟ ନିୟୋଜିତ

Leave a Reply

Your email address will not be published. Required fields are marked *