Pratidin TV

Odisha's Digital News Platform

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ  ନବନିର୍ବାଚିତ ସାଂସଦ ଓ ବିଧାୟକ..

ନବନିର୍ବାଚିତ କନ୍ଧମାଳ ସାଂସଦ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବିଧାୟକ ଙ୍କ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ। ସୂଚନାନୁଯାୟୀ  ଶନିବାର ଦିନ ନବନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ନବନିର୍ବାଚିତ ବିଧାୟକ ସରୋଜ କୁମାର ପ୍ରଧାନ ପ୍ରଥମେ ଦଳୀୟ କର୍ମକର୍ତ୍ତା ଙ୍କ ସହ ପୁରୁଣାକଟକ ସ୍ଥିତ ମା ଭୈରବୀ ଙ୍କ ଦର୍ଶନ କରିଥିଲେ। ଏବଂ ତା ପରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କ ସହ ରୋଗୀ ସେବା ବିଷୟରେ ଆଲୋଚନା କରିଥିଲେ।

ତା ପରେ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ପ୍ରତ୍ୟକ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ରୋଗୀସେବା, ପରିମଳ ବ୍ୟବସ୍ଥା , ଔଷଧ ବଣ୍ଟନ ଉପରେ ଉପସ୍ଥିତ ଥିବା ଡାକ୍ତର ଓ ନର୍ସ ଙ୍କ ସହ ଆଲୋଚନା କରିଥିଲେ।ଯେହେତୁ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖ ପାଖ ଅଞ୍ଚଳ ର ଶହ ଶହ ରୋଗୀ ନିର୍ଭର କରିଥାନ୍ତି ।ଆବଶ୍ୟକୀୟ ଉପକରଣ ଥିଲେ ସୁଦ୍ଧା କର୍ମଚାରୀ ର ଅଭାବ ରେ ରୋଗୀ ମାନଙ୍କୁ ଅନ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଉଛି,ତେଣୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କୁ ନେଇ ଉଭୟ ସାଂସଦ ଓ ବିଧାୟକ କ୍ଷୁବ୍ଧ ପ୍ରକାଶ କରିଥିଲେ। ତେବେ ଏହି ସମସ୍ୟାର  ସମାଧାନ କରାଯିବ ବୋଲି ଜନ ସାଧାରଣ ଙ୍କୁ ପ୍ରତିଶୃତି ଦେଇଥିଲେ।

Leave a Reply

Your email address will not be published. Required fields are marked *