Pratidin TV

Odisha's Digital News Platform

ଗ୍ଲୁକୋଜରେ ବିଷ ଦେଇ ନବବଧୂଙ୍କୁ ହତ୍ୟା ; ବଡ ଜା’ଙ୍କ ନାରେ ଥାନାରେ ଅଭିଯୋଗ ଆଣିଲେ କନ୍ୟାଙ୍କ ମା….

ଦେବଗଡ଼ : ବିବାହକୁ ୩ ମାସ ନପୁରୁଣୁ ଆଖି ବୁଜିଦେଲେ ନବବଧୂ । ଖବର ଅନୁଯାୟୀ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବରଘାଟ ଗ୍ରାମରେ ଜଣେ ନବବଧୂକୁ ବଡ଼ ଯାଆ ଗ୍ଲୁକୋଜରେ ବିଷ ଦେଇ ନବବଧୂଙ୍କ ହତ୍ୟା କରିଥିବା ବାପଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଏନେଇ ନବବୋଧୂଙ୍କ ମାଆ ଝରଣା ପ୍ରଧାନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୧୦ ତାରିଖ ଦିନ ଦେବଗଡ଼ ଥାନା କପାସିରା ଗ୍ରାମର ଝସକେତନ ପ୍ରଧାନଙ୍କ ଝିଅ ପୂଜା ପ୍ରଧାନ ରିଆମାଳ ଥାନା ବରଘାଟ ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ପୁଅ କାଳିନ୍ଦୀ ସାହୁ ଓରଫ ବାବୁଲିଙ୍କୁ ସାମାଜିକ ରିତିନୀତିରେ ବିବାହ କରିଥିଲେ । ଗତକାଲି ପୂଜା ଅସୁସ୍ଥ ଅନୁଭବ କରିବାରୁ ଖରା ଯୋଗୁଁ ଏପରି ଦେହ ଅସୁସ୍ଥତା ଥିବାବେଳେ ବଡ଼ ଯାଆ ମମତା ସାହୁ ଗ୍ଲୁକୋଜରେ ବିଷ ମିଶାଇ ପିଇବାକୁ ଦେଇଥିବା ନେଇ ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ପୂଜାକୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ପୂଜାଙ୍କୁ ମୃତ ଘୋଷଣା କରିଥିଲେ । ପୂଜାଙ୍କ ବିବାହକୁ ମାତ୍ର ତିନି ମାସ ହୋଇଥିବା ବେଳେ କେଉଁ କାରଣ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି ସେ ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ବର୍ତମାନ ଘଟଣାର ତଦନ୍ତ ଚାଲିଥିବା ରିଆମାଳ ପୁଲିସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *