Pratidin TV

Odisha's Digital News Platform

ନବବଧୂ ସୁଶ୍ରୀ ସଙ୍ଗୀତା ମୃତ୍ୟୁ ଘଟଣା : ଗିରଫ୍ ହେଲେ ଶାଶୂ , ସ୍ୱାମୀ ଓ ଶୂଶୁର ଫେରାର୍

1 min read

ଭୁବନେଶ୍ୱର : ବିବାହକୁ ୨ ବର୍ଷ ନ ପୂରୂନୁ , ଚାଲିଗଲା ଝିଅ ଜୀବନ । ରାଜଧାନୀରେ ପୁଣି ନବବଧୂ ନିର୍ଯ୍ୟତନା । ରାଜଧାନୀରେ ନବବଧୂ ସୁଶ୍ରୀ ସଙ୍ଗୀତା ମୃତ୍ୟୁ ଘଟଣାରେ ସୁଶ୍ରୀଙ୍କ ଶାଶୂଙ୍କୁ ଗିରଫ୍ କରିଛି ତାମାଣ୍ଡୋ ଥାନା ପୋଲିସ । ସ୍ୱାମୀ ପ୍ରମିଣ ନାୟକ ଓ ଶ୍ୱଶୁର ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି ପୋଲିସ । ସୂଚନା ଅନୁଯାୟୀ ସୁଶ୍ରୀଙ୍କ ମୋବାଇଲ ଓ ସିଡିଆର ପୋଲିସ ଯାଞ୍ଚ କଲାବେଳେ , ଶାଶୂଙ୍କ ବିରୁଧରେ ପ୍ରମାଣ ମିଳିଛି । ସୁଶ୍ରିଙ୍କୁ ତାଙ୍କ ଶାଶୂ ଅଧିକ ଯୈାତୁକ ପାଇଁ ନିର୍ଯ୍ୟତନା ଦେଉଥିବା ପ୍ରମାଣ ମଧ୍ୟ ପାଇସାରିଛି ପୋଲିସ । ଏନେଇ ଆଜି ସକାଳ ସମୟରେ ପୋଲିସ ସଙ୍ଗୀତାଙ୍କ ଶାଶୁକୁ ତାଙ୍କ ଘରୁ ଗିରଫ୍ କରିଛି ।

ମୃତକଙ୍କ ନା ସୁଶ୍ରୀ ସଂଗୀତା ବସ୍ତିଆ ା ଘର କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବାଆରାଣୀ ଗାଁ। ବୟସ ମାତ୍ର ୨୮। ଭୁବନେଶ୍ୱର କଳିଙ୍ଗବିହାର-୯ ସ୍ଥିତ ସ୍ବାମୀଙ୍କ ଭଡ଼ାଘରେ ଝୁଲନ୍ତା ଅବସ୍ଥାରେ ମିଳିଛି ସଂଗୀତାଙ୍କ ମୃତଦେହ। ସାରା ସହର ଯେତେବେଳେ ଅଲୋକର ପର୍ବ ଦୀପାବଳିରେ ଦୀପ ଲଗାଇ ବାଣ ଫୁଟାଇବାରେ ବ୍ୟସ୍ତ ଥିଲା । ସେତେବେଳେ ସଂଗୀତାଙ୍କ ଜୀବନ ଦୀପ ଲିଭିଯାଇଥିଲା । ଅଫେରନ୍ତା ରାଇଜକୁ ଚାଲିଯାଇଥିଲେ ସଙ୍ଗୀତା ।

୨୦୨୧, ଜାନୁୟାରୀ ୨୦। କଟକ ଗୋବିନ୍ଦପୁର ଥାନା ନୂଆଗାଁର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ ସଂଗୀତା। ଅଭିଯୋଗ ହେଉଛି, ବିବାହ ପୂର୍ବରୁ ପ୍ରବୀଣ କୁଆଡ଼େ ନିଜକୁ ଇଞ୍ଜିନିୟର୍ ଦର୍ଶାଇଥିଲେ। କିନ୍ତୁ ବିବାହ ପରେ ସଂଗୀତା ଜାଣିଲେ କଳିଙ୍ଗବିହାରରେ ଭଡ଼ାଘରେ ରହୁଥିବା ସ୍ବାମୀ ପାତ୍ରପଡ଼ା ପାଖରେ ଓ୍ବାଟରବୋଟଲ ପ୍ଲାଣ୍ଟ କରି ବ୍ୟବସାୟ କରୁଛନ୍ତି। ତଥାପି ସୁଖଦୁଃଖରେ ଚାଲିଥିଲା ସଂସାର। ସଂଗୀତା ବି ଏକ ଘରୋଇ ନର୍ସିଂହୋମରେ ଚାକିରି କରୁଥିଲେ। ତେବେ ୨୪ ତାରିଖ ରାତି ପ୍ରାୟ ୧୧ଟାରେ ସଂଗୀତାଙ୍କ ଭାଇ ବିଶ୍ୱଜିତଙ୍କ ପାଖକୁ ଫୋନ୍ କରିଥିଲେ ଶାଶୂ ସାବ୍ରିତୀ ନାୟକ।ଏବଂ ଜଣାଇôତଲେ ଯେ ସଙ୍ଗୀତା ଅସୁସ୍ଥ ଅଛନ୍ତି ବୋଲି ।

ବାସ୍ ଏତିକି କଥା ଶୁଣି, ସଂଗୀତାଙ୍କ ଭାଇ, ବାପା ମାଙ୍କୁ ଧରି ପହଞ୍ଚିଥିଲେ ଭୁବନେଶ୍ୱର ଏମ୍ସରେ। ଅଥଚ ସେଠାରେ ନା ସ୍ବାମୀ ଥିଲେ ନା ଶ୍ୱଶୁର। ତେଣୁ ସଂଗୀତାଙ୍କ ଭାଇଙ୍କ ଅଭିଯୋଗ, ଭଉଣୀକୁ ହତ୍ୟା କରି ପ୍ରମାଣ ନଷ୍ଟ କରାଯାଇଛି। କିନ୍ତୁ ସଂଗୀତାଙ୍କ ଶାଶୁ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ବୋହୂ ନିଜେ ଆତ୍ମହତ୍ୟା କରିଛି।

ସଂଗୀତାଙ୍କ ବାପଘର ପକ୍ଷରୁ ଏନେଇ ତମାଣ୍ଡୋ ଥାନାରେ ଏତଲା ଦିଆଯାଇଥିଲା ।ଯାହାର ପ୍ରମାଣ ହେବାପରେ ଆଜି ପୋଲିସ ସଙ୍ଗୀତାଙ୍କ ଶାଶୁଙ୍କୁ ଗିରଫ୍ କରିଛି । ସଙ୍ଗୀତାଙ୍କ ମୃତ୍ୟୁପରେ ସ୍ୱାମୀ ଏବଂ ଶଶୂର ଫେରାର୍ ହୋଇଯାଇଥିବା କଥାଟି । ଏହି ଘଟଣ।ର ସମସ୍ତ ସତ୍ୟତାକୁ ପଦାରେପକାଇଦେଛି ।

Leave a Reply

Your email address will not be published. Required fields are marked *