Pratidin TV

Odisha's Digital News Platform

ନବବଧୂଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର , ୫ ମାସ ତଳେ କରିଥିଲେ ପ୍ରେମ ବିବାହ …..

1 min read

ଭୁବନେଶ୍ୱର ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ୟୁନିଟ୍-୯ ଭଗବତୀ ବସ୍ତିର ଏକ ଘରରୁ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି । ତେବେ ମୃତକ ହେଲେ ନବବଧୂ ଭବାନୀ ନାୟକ । ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଖବର ମିଳିଛି ଯେ ୫ମାସ ତଳେ ପ୍ରେମ ବିବାହ କରିଥିଲେ ନବବଧୂ ଭବାନୀ । ସ୍ବାମୀ ଓ ଦିଅରଙ୍କ ସହ ଭଗବତୀ ବସ୍ତିରେ ରହୁଥିଲେ ।

Leave a Reply

Your email address will not be published. Required fields are marked *